-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||     

HOME   ଜିଲ୍ଲା

ସୋନପୁର ରେ ଚିତ୍ରଗୁପ୍ତ ପୂଜା ମହାସମାରୋହ ରେ ପାଳିତ

17-Nov-2023



ସୋନପୁର (ମନୋରଞ୍ଜନ ତ୍ରିପାଠୀ ): ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ସୁବର୍ଣ୍ଣପୁର ଆନୁକୁଲ୍ୟରେ କରଣ ସମାଜ ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । 
ପୁଜା ପ୍ରାରମ୍ଭ ପୁର୍ବଦିନ ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ନିଜସ୍ୱ ଗୃହ ଠାରୁ ଏକ ବିରାଟ କଳସ ଶୋଭାଯାତ୍ରାରେ ବାହାରି ମହାନଦୀ କଦମ୍ବ ଘାଟକୁ ଯାଇ ପୁଜକ ଦାମୋଦର ନାଏକଙ୍କ ଦ୍ୱାରା ପୁଜା କରାଯାଇ ପୁର୍ଣ୍ଣ କଳସ ଧରି ଫେରିଥିଲେ । 
ଏହିି ପୁଜାରେ କର୍ତ୍ତା ଭାବରେ ଲଚ୍ଚିପୁରର ଗୋପାଲ ପଟ୍ଟନାୟକ ଓ ତାଙ୍କ ସହଧର୍ମ ପତ୍ନୀ ସନ୍ତୋଷିନୀ ପଟ୍ଟନାୟକ କାର୍ଯ୍ୟ ନିର୍ବାହ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସମସ୍ତ ବ୍ଲକ ତଥା ପଡୋଶୀ ଜିଲ୍ଲା ବଉଦ ଜିଲ୍ଲାରୁ ପ୍ରାୟ ଛଅ ଶହ କରଣ ସମାଜ ର ସଭ୍ୟ ଯୋଗ ଦେଇଥିଲେ । 
ମଧ୍ୟାହ୍ନରେ କରଣ ସମାଜର ଏକ ମହାସଭାରେ ସମାଜର ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ସଭାପତିତ୍ୱ କରିଥିଲେ । ଅବସରପ୍ରାପ୍ତ ଓଡିଆ ଅଧ୍ୟାପକ ଅନୀଲ ଦାନୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଡ.ଜ୍ୟୋତି ରଂଜନ ବହିଦାର ମୁଖ୍ୟବକ୍ତା ଓ ସୋନପୁର ପୌର ପରିଷଦ ଉପାଧ୍ୟକ୍ଷା ମଲ୍ଲିକା ଦାନୀ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । କରଣ ସମାଜର କୋଷାଧକ୍ଷ ଜ୍ୟୋତି ରଂଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଦେବ କିଶୋର ଦାନୀ ବାର୍ଷିକ ବିବରଣୀ ପାଠ କରିଥିଲେ । ସମାଜର କର୍ତ୍ତବ୍ୟ ଓ ସାମାଜିକ ସଂଗଠନକୁ ମଜଭୁତ କରିବା ପାଇଁ ଉପସଭାପତି ଅକ୍ଷୟ କୁମାର ପଟ୍ଟନାୟକ, ଉପଦେଷ୍ଟା ମଦନ ମୋହନ ଦାନୀ, ଉମେଶ ଚନ୍ଦ୍ର ଦାନୀ, ଜୟ ନାରାୟଣ ନେଗୀ, ଶ୍ୟାମାଦେଇ ପଟ୍ଟନାୟକ ପ୍ରମୁଖ ନିଜ ନିଜ ମତ ପ୍ରଦାନ କରିଥିଲେ । ପୁଜାର ମହା ଆଳତୀ ପରେ ସାମୁହିକ ପ୍ରସାଦ ସେବନ କରାଯାଇ ଥିଲା । ଏହା ପରେ ଅନୁଷ୍ଠାନ ତରଫରୁ

ରଙ୍ଗୋଲି, ନାଚ, ମ୍ୟୁଜିକ ଚେଆର, ଚିତ୍ରାଙ୍କନ, କୌତୁକ ଆଦି ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ ହୋଇଥିଲା । ଅନୁଷ୍ଠାନର ଦ୍ୱିତିୟ ଅଧିବେସନରେ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇ ଥିଲା ।  କରଣ ସମାଜର ଗର୍ବ ଓ ଗୌରବ ସଭ୍ୟ ବଳରାମ ପଟ୍ଟନାୟକଙ୍କୁ ଅଧିବକ୍ତା, ଅଭୀଳାଷା ବିଦ୍ୟାଧରଙ୍କୁ ମେଧାବୀ ଛାତ୍ରୀ ଓ ଶ୍ୟାମାଦେଇ ପଟ୍ଟନାୟକଙ୍କୁ ସମାଜସେବୀ ଭାବରେ ସମ୍ମାନୀତ କରାଯାଇ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଦ୍ୱିତିୟ ଅଧିବେସନରେ ସମାଜର ସଭାପତି ପ୍ରକାଶ ଚନ୍ଦ୍ର ବେବର୍ତ୍ତା ସଭାପତିତ୍ୱ କରିଥିବା ବେଳେ ପଡୋଶୀ ଜିଲ୍ଲା ବୌଦ୍ଧରୁ ଆସିଥିବା ବିପ୍ର ଚରଣ ମହାନ୍ତି ମୁଖ୍ୟ ଅତିଥି ଓ ପୌର ପରିଷଦ ଉପାଧକ୍ଷା ମଲ୍ଲିକା ଦାନୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥିଲେ । ଉମେଶ ଚନ୍ଦ୍ର ଦାନୀଙ୍କ ପ୍ରଚେଷ୍ଟା ରେ ଏକ ଆକର୍ଷଣୀୟ ଆର୍ଟ ଗେଲେରୀରେ ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନ ମାନଙ୍କର ପେନସିଲ ଆର୍ଟ, ଅଏଲ ପେନ୍ଟ ଓ ଫ୍ୱାଟର କଲର ଆଦି ଫଟୋ ପ୍ରଦର୍ଶନ କରାଯାଇଥିଲା । 
ଏଥିରେ ଶ୍ରୀକାନ୍ତ ମହାନ୍ତି, ରାଜେଶ କୁମାର ପଟ୍ଟନାୟକ, ଶଙ୍କର୍ଶଣ ପଟ୍ଟନାୟକ, ତାପସ ମହାନ୍ତି, ରଜତ ପଟ୍ଟନାୟକ, ବିବେକାନନ୍ଦ ମହାନ୍ତି, ଅମୁଲ୍ୟ ବିଦ୍ୟାଧର, ଚେରୁ ମହାନ୍ତି, ଲକ୍ଷଣ ବହିଦାର, ଦୁର୍ଗା ମାଧବ ବହିଦାର, ଦିବ୍ୟ ପ୍ରକାଶ ପଟ୍ଟନାୟକ, ଶରତ ଚନ୍ଦ୍ର ମହାପାତ୍ର, ଶୌରଭ ଦାନୀ, ପ୍ରଭାତ କିଶୋର ଦାନୀ, ଚନ୍ଦନ ବହିଦାର ଆଦି ସଭ୍ୟ ସକ୍ରିୟ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026
  ଜିଲ୍ଲା  
ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   01-Sep-2026
  ଜିଲ୍ଲା  
ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   01-Sep-2026
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026

You Might Also Like