-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
15-Nov-2023
ପାଟଣାଗଡ /ବେଲପଡ଼ା ଆଜି ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଜୟନ୍ତୀ ସାରା ଭାରତରେ ପାଳନ କରାଯାଉଥିବା ବେଳେ ସେହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାହାବଲ ପଞ୍ଚାୟତ ଯୁବ ଗୋଷ୍ଠୀ ଆନୁକୁଲ୍ୟରେ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଯୁବ ସମାଜସେବୀ ଡକ୍ଟର ନରେଶ ବେହେରା ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ସୁଷମା
ଧରୁଆ ଯୋଗଦାନ କରି ଶୁଭାରମ୍ଭ କରିଥିଲେ। ଏବଂ ଏଥିରେ ଅଞ୍ଚଳର ସମସ୍ତ ଆଦିବାସୀ ନେତା ଅଲେଖ ବେଣ୍ଟକାର,ଯୁବ ନେତା ଶ୍ୟାମ ବାଗ,ଗୋଳେକ ବିହାରୀ ବେହେରା,ବେଦମତୀ ବେହେରା, ଯୁବନେତା ପ୍ରଦୀପ ଭୋଇ, ଭାଗିରଥି ବେହେରା,ଶୌକିଲାଲ ବେହେରା,ମୁନେଖ ମଲ୍ଳିକ ଙ୍କ ସହିତ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟ ରେ ବିର୍ସା ମୁଣ୍ଡାଙ୍କ ଗୁଣଗାନ କରି ତାଙ୍କ ନେଇ ଅନୁପ୍ରାଣିତ ହେବାପାଇଁ ପରାମର୍ଶ ଦେଇଛନ୍ତି। ସଭାପତି ଡଃ ନରେଶ ବେହେରା ବିର୍ସା ମୁଣ୍ଡା ଙ୍କ ପରି ଦେଶ ହିତରେ କାର୍ଯ୍ୟ କରିବାକୁ ଉଦବୋଧନ ଦେଇଥିଲେ।
(ପୂର୍ଣ୍ଣ ଶଶୀ ଶେଖର ରାଓ ଙ୍କ ରିପୋର୍ଟ )