-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
15-Nov-2023
ବଲାଙ୍ଗିର(ପ୍ରେରଣା ଖବର ):ବଲାଙ୍ଗିର ବିଧାନ ସଭା ନିର୍ବାଚନ ମଣ୍ଡଳୀର ଆଜି ସର୍କିଟ ହାଉସ ଠାରେ ବିଜେପି ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଯାଇଛି। ଏହି ବୈଠକରେ ଆଗାମୀ ୧୭ ନଭେମ୍ବର ୨୦୨୩ ତାରିଖରେ ରାଜ୍ୟ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧରେ ବଲାଙ୍ଗିର ବ୍ଲକ ଏବଂ ୨୧ ନଭେମ୍ବର ୨୦୨୩ ଦିନ ଦେଓଗାଁ ବ୍ଲକ ଘେରାଓ କାର୍ଯ୍ୟକ୍ରମ କରିବା ପାଇଁ। ନିଷ୍ପତ୍ତି ହେଇଛି। ପ୍ରଥମେ ବିଶିଷ୍ଟ କ୍ରୀଡାବିତ୍ ଆଇନଜୀବୀ ତଥା,ବିଜେପି ନେତା ଅମନ ନାଗ ଙ୍କ ଦେହାନ୍ତ ରେ ଆଜି ବିଜେପି ପରିବାର ମର୍ମାହତ। ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ବିଜେପି ତରଫରୁ ନୀରବ ପ୍ରାର୍ଥନା କରାଯାଇ ଥିଲା। ଏହି ବୈଠକରେ ବରିଷ୍ଠ ନେତା
ଗୋପାଲଜୀ ପାଣିଗ୍ରାହୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମରଜିତ୍ ପଟେଲ,ମହିଳା ମୋର୍ଚ୍ଚା ସଭାନେତ୍ରୀ ପାଙ୍କଜିନି ପଣ୍ଡା,ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅମିତ୍ ସିଂନିନା,ନଗର ସଭାପତି ପିତାମ୍ବର ଖମାରୀ,ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟ ରଞ୍ଜିତା ପାଣିଗ୍ରାହୀ,ବାସୁଦେବ ସିଂନିନା,ବନଶ୍ରି ଆଚାର୍ଯ୍ୟ, ଦେବବ୍ରତ ନିନା, ନରେଶ ଅଗ୍ରୱାଲ, ଅନୁଷୟା ବେଜ୍, ସୌଦାମିନୀ ମିଶ୍ର,ସତ୍ୟବତୀ ଗୁରୁ, ଦେବପ୍ରତାପ
ଷାଣ୍ଡ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।