-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
14-Nov-2023
ବଲାଙ୍ଗିର,- ଆଜି ସ୍ଥାନୀୟ ମନୋହରପୁର ପୋଲିସ ହାଇସ୍କୁଲ ରେ ଶିଶୁ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ଲୋକନାଥ ସୁନା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନୂତନ ସାଂସ୍କୃତିକ ମଂଚ ଉଦ୍ଘାଟନ କରିବା ସହ ଆଜିର ଦିବସ ବିଷୟରେ ପିଲାମାନଙ୍କୁ ବୁଝାଇଥିଲେ । ମୁଖ୍ୟବକ୍ତା ଭାବରେ ସାମ୍ବାଦିକ ବିରେନ୍ଦ୍ର ବନଛୋର, ସମ୍ମାନିତ ଅତିଥି ଭାବରେ ଆଲୁମନି କମିଟି ସଭ୍ୟ ସୁଦୟ ବାରିକ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୁରାତନ ଶିକ୍ଷକ ଭିକାରୀ କର, କିଶୋର ବିଶ୍ୱାଲ, କୁଳମଣି ବିଶ୍ୱାଲ, ପରକ୍ଷିତ ପଣ୍ଡା, କୃଷ୍ଣପ୍ରୀୟା ପଣ୍ଡା, ଶରତ ନାଥ, ବିମଲ ଦନ୍ତାୟତ ଏବଂ ଆଲୁମନି କମିଟିର ଆନନ୍ଦ ଖୁଆସ, ଜୟକିଶନ ରଣା, ମିଲନ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ । ଶେଷରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ବରିଷ୍ଠ ଶିକ୍ଷକ ସରୋଜ ମାଝି ଧନ୍ୟବାଦ ଦେଇଥିଲେ ।