-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥ୍ଲେଟିକ ଏସୋସିଏସନ୍ର ମିଳିତ ଆନୁକୂଲ୍ୟରେ ୧୬ତମ ଲୋଇସିଂହା କପ୍ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟନ ହୋଇଯାଇଛି l ଉଦ୍ଘାଟନୀ ମ୍ୟାଚ୍ ରେ ପ୍ରଗ୍ରେସିଭ କ୍ଲବ ବଲାଙ୍ଗୀର ଓ ବି. ଏନ.ଏନ.ଏ ଜରାସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ମ୍ୟାଚ ରେ ବି.ଏନ.ଏନ.ଏ ଜରାସିଂହା ଦଳ ପ୍ରଗ୍ରେସିଭ କ୍ଲବ ବଲାଙ୍ଗିରକୁ ୩-୦ ଗୋଲରେ ହରାଇ ଜରାସିଂହା ବିଜେତା ଘୋଷିତ ହୋଇଥିଲା l
ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ଶ୍ରୀ ନରସିଂହ ମିଶ୍ର ଯୋଗଦେବା ସହ ଅଞ୍ଚଳରେ କ୍ରୀଡାର ବିକାଶ ଦିଗରେ ଆହୁରି ଭିତ୍ତିଭୂମିର ଆବଶ୍ୟକତା ରହିଥିବା ପ୍ରକାଶ କରିଥିଲେ l ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ଟ୍ରଷ୍ଟବୋର୍ଡ ସଦସ୍ୟ ତଥା ଅବସରପ୍ରାପ୍ତ ଶିକ୍ଷାବିତ୍ ବିଭୂତି ଭୂଷଣ ସାହାଣୀ, ଶିକ୍ଷୟିତ୍ରୀ ସ୍ମିତା ମିଶ୍ର, ବିଶ୍ଵନାଥ ଭୂୟାଁ ପ୍ରମୁଖ l ଆସନ୍ତା ୨୦ ତାରିଖରେ ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ଏଥିରେ ମୋଟ ୮ ଟି ଦଳ ଅଂଶଗ୍ରହଣ କରିବେ l ପୂର୍ବତନ ବ୍ଲକ ଅଧ୍ୟକ୍ଷ ଟଙ୍କଧର ଗଡତ୍ୟା, ଅରବିନ୍ଦ ସାହୁ, ଶିବ ଅଗ୍ରୱାଲ, ମୋହିତ ମିଶ୍ର, ରଞ୍ଜନ ବେହେରା, ଭାଗବତିଆ ଭୋଇ, ସତ୍ୟା ନାଏକ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l