-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2023
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ରେ ସକାଳ ପ୍ରାୟ ୭ ଟା ସମୟରେ ଲୋଇସିଂହା ରେଞ୍ଜ ର ବନକର୍ମଚାରୀ ମାନେ ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମ ନିକଟରେ 25ଟି ଶାଗୁଆନ ଗଣ୍ଡିକୁ ଜବତ କରିଛନ୍ତି l ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା l ଫରେଷ୍ଟର ଶ୍ରୀ ବାବୁଲା ଦାଶ, ଶ୍ରୀ ଅଶୋକ ନାୟକ, ଫରେଷ୍ଟ ଗାର୍ଡ ଶ୍ରୀ ବସନ୍ତ କୁମାର ମହାକୁର, ଶ୍ରୀ ସଂଜୀବ ନାୟକ, ଶ୍ରୀ ଲକ୍ଷ୍ମୀ ନାରାୟଣ ସ୍ୱାଇଁ ଏବଂ ଲୋଇସିଂହା ରେଞ୍ଜ ର ପାରା ସ୍କ୍ୱାଡ଼, ରେଞ୍ଜ ଅଧିକାରୀ ଶ୍ରୀ ପାଉଲ ହରପାଲଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା l