-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
14-Nov-2023
ଡୁଙ୍ଗୁରିପାଲି, (ପ୍ରେରଣା ଖବର ) ତା.୧୪/୧୧-ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ହାଇସ୍କୁଲ ରେ ଶିଶୁ ଦିବସ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଭବ୍ୟ ସଭାରେ ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ , ନନ୍ଦିଘୋଷ ବାରିକ, ସ୍ନିଗ୍ଧା ପ୍ରଧାନ, ଶିଶୁ ଅତିଥି ଦଶମ ଶ୍ରେଣୀର ଛାତ୍ରୀ ଶିତୁ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଶିଶୁ ଦିବସ ର ମହତ୍ତ୍ଵ ବିଷୟରେ ମତବ୍ୟକ୍ତ କରିଥିଲେ ।
ବ୍ଲକ୍ ସ୍ତରୀୟ ସୁରଭୀ ଓ ବିଜ୍ଞାନ ସେମିନାର ତଥା କ୍ଵିଜ୍ ରେ କୃତିତ୍ୱ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ନବମ ଶ୍ରେଣୀର ଛାତ୍ରୀ ଜନନୀକା ନାଏକ ଏବଂ ଅର୍ଚ୍ଚିତା ପଧାନ ସାମଗ୍ରିକ ଭାବରେ ସଂଯୋଜନା କରିଥିଲେ ।
ଛାତ୍ରୀ ଲିପ୍ସା ଜୁଆଡି , ମୁସ୍କାନ ସାହୁ, ପ୍ରିନ୍ସ ବାଗ, ବଳରାମ, କ୍ରିସ, ଟିକେଶ୍ୱରି, ଶୁଭଶ୍ରୀ, ଦିବ୍ୟାସା, ନିରୁପମା, ପ୍ରମୁଖ ନିଜସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ଜବାହରଲାଲ ନେହେରଙ୍କ ଫଟୋଚିତ୍ର ପ୍ରତି ପୂଜାର୍ଚ୍ଚନା କରାଯାଇଥିଲ । ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଶେଷରେ କିରଣ ପଟେଲ ଧନ୍ୟବାଦ ପ୍ରଦାନ କରିଥିଲେ।