-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||     

HOME   ଜିଲ୍ଲା

ବାରପୁଡୁଗିଆରେ ଅଘରିଆ ସମାଜ ସହ ନରସିଂହଙ୍କ ଆଲୋଚନା : ପଶ୍ଚିମ ଓଡିଶାର ଅଘରିଆ ସମାଜ ପ୍ରତି ସରକାରଙ୍କ ଅଣଦେଖାକୁ ନିନ୍ଦା

13-Nov-2023



ବଲାଙ୍ଗୀର (ପ୍ରେରଣା ଖବର) ପଶ୍ଚିମ ଓଡିଶାରେ ପ୍ରାୟତଃ ଅଘରିଆ ସମାଜର ସିଂହଭାଗ ଲୋକ ରହନ୍ତି । ଏ ଅଂଚଳରେ ଥିବା ସମସ୍ତ ଜିଲ୍ଲାରେ ଅଘରିଆ ସମାଜ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି । ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଦିଗକୁ ଚିନ୍ତା କଲେ ଅଞ୍ଚଳ ପ୍ରତି ଏମାନଙ୍କର ଅବଦାନ ଅନେକ, କିନ୍ତୁ କାହିଁକି କେଜାଣି ନିକଟ ଅତୀତର କିଛି ଘଟଣାକୁ ସଂଜ୍ଞାନକୁ ନେଲେ ଜଣାପଡେ ପଶ୍ଚିମ ଓଡିଶାରେ ଥିବା ଏହି ଜାତି ପ୍ରତି ସରକାର ଅଣଦେଖା କରୁଛନ୍ତି । ସରକାରଙ୍କର ଏପରି ଚିନ୍ତାଧାରା ଜାରି ରହିଲେ ଆଗାମୀ ଦିନରେ ଏମାନେ ବିଦ୍ରୋହାତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବେ ବୋଲି ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ବାରପୁଡୁଗିଆ ଗାଁରେ ଗୌନ୍ତିଆ ସ୍ୱର୍ଗତ   ଯଜ୍ଞେଶ୍ୱର ସାଏ ସ୍ମୃତିଚାରଣ ସଭାରେ ଯୋଗ ଦେଇ ସମାଜର ମୁଖ୍ୟ ଲୋକଙ୍କ ସହ ଆଲୋଚନା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହି ମର୍ମରେ କହିଛନ୍ତି ଯେ, ସରକାର ଏହି ସମାଜର ଭବନ ନିର୍ମାଣ ପାଇଁ ୩ କୋଟି ଟଙ୍କା ଓ ଜମି ଘୋଷଣା କରିଥିଲେ, କିନ୍ତୁ କିଛି ମୁଷ୍ଟିମେୟ ତୋଷାମଦକାରୀ ଏହି ଜମି ଓ ଅନୁଦାନ ପ୍ରଦାନ ଦିଗରେ ବାଧକ ସୃଷ୍ଟି କରି ତାହା ପଶ୍ଚିମାଂଚଳର ଅଘରିଆ ସମାଜ ଯେପରି ପାଇ ନ ପରିବେ ସେ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ଏବଂ ସରକାର ମଧ୍ୟ ଏ ଦିଗରେ ଆଉ କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ପଶ୍ଚିମ ଓଡିଶା ପ୍ରତି ସରକାରଙ୍କ କ୍ରମାଗତ ଅବହେଳା ର ଏହା ଏକ ଜଳନ୍ତ ଉଦାହରଣ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ବାରପୁଡୁଗିଆ ଏକ ଐତିହାସିକ ଗାଁ ଆଲୋଚନା ବେଳେ ସେ ଏହା ମଧ୍ୟ କହିଥିଲେ ଯେ, ଏହି ଗାଁର ସ୍ୱର୍ଗତ ରବିଚନ୍ଦ୍ର ସାଏ ପାଟଣା ଷ୍ଟେଟ୍‌ ଅମଳର ପ୍ରଥମ ମେଟ୍ରିକୁଲେଟ୍‌ ଥିଲେ । ଏହା ଏକ କମ୍‌ କଥା ନୁହେଁ । ତେଣୁ ତାଙ୍କର ମଧ୍ୟ ଏକ ପ୍ରତିମୂର୍ତ୍ତି ସ୍ଥାପନ କରି ତାଙ୍କୁ ଉପଯୁକ୍ତ ସମ୍ମାନ ଜଣାଇବା ଦରକାର । ସ୍ମୃତଚାରଣ ସଭାରେ ଗୌନ୍ତିଆ ଯଜ୍ଞେଶ୍ୱର ସାଏ ଜଣେ ସମାଜସେବୀ ଏବଂ ଏଠାକାର ଶିକ୍ଷା ଓ କୃଷିର ଉନ୍ନତି ପାଇଁ ତାଙ୍କର ଅତୁଳନୀୟ ଅବଦାନ ବାବଦରେ ଆଲୋଚନା ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଘରିଆ ସମାଜ ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, ସଂପାଦକ ଦିଗାମ୍ବର ନାଏକ, ପୂର୍ବତନ ସଭାପତି ଦ୍ୱାରିକା ପଟେଲ, ହରିଶଙ୍କର ସାଏ,  ଧୁବେଇ ପଟେଲ, ଡାକ୍ତର ଲୋକେଶ୍ୱର ସାଏ, ଜୟକୃଷ୍ଣ ନାଏକ, ନୃପରାଜ ସାଏ, ଇଂ. ବିଘ୍ନରାଜ ସାଏ, ବିଶ୍ୱରାଜ ସାଏ, ଲୋକନାଥ କୁମୁରା, ଇଂ. ବେଲାରସିଂ ଭୋଇ, ଘାସିରାମ ବେହେରା, ବୁଲୁ ଦାନି, ଜୁଲୁ ପଟ୍ଟନାୟକ ଜୟକୃଷ୍ଣ ମିଶ୍ର, ଚୈତନ୍ୟ ସା, ଘାସିରାମ ଭୋଇ, ସଞ୍ଜୟ ନାୟକ, ଧିରେନ୍ଦ୍ର ବିଶ୍ଵାଳ, ସନ୍ତୋଷ ନାରାୟଣ ମିଶ୍ର,  ପ୍ରକାଶ ନାଏକ, ପ୍ରେମ ସୁନ୍ଦର୍ ନାଏକ, ଲକ୍ଷ୍ମଣ ପଧାନ, ଲକ୍ଷ୍ମୀକାନ୍ତ ସାହୁ, ରାଜକୁମାର ପଟେଲ, ପ୍ରମୋଦ କର୍ମୀ,  ଏବଂ ଅଘରିଆ ସମାଜର ଏ ଅଂଚଳରେ ଥିବା ୧୮ ଟି ଗୁଡିର ସଭାପତି, ସଂପାଦକମାନେ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026

You Might Also Like