-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2023
ଭୁବନେଶ୍ୱର, ଓଡ଼ିଶା ଲୋକକଲ୍ୟାଣ ଟ୍ରଷ୍ଟର ବାର୍ଷିକୋତ୍ସବ ଓ ‘ଓଡ଼ିଶାର ପ୍ରଗତିରେ ଯୁବଶକ୍ତିର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଆଜି ପୂର୍ବାହ୍ନରେ ସ୍ଥାନୀୟ ରେଡ଼କ୍ରସ୍ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପଦେଷ୍ଟା ସୁଧାଂଶୁ ମହାପାତ୍ରଙ୍କ ଅଧ୍ୟକ୍ଷରେ ଅନୁଷ୍ଠିତ ଏହି ଉତ୍ସବକୁ ଅବସରପ୍ରାପ୍ତ ବିଚାରପତି ବସନ୍ତ ପଢିଆରୀ ଉଦ୍ଘାଟନକରି ‘ମାନବସେବା ହିଁ ମାଧବ ସେବା’ ଏବଂ ଏଥିରେ ଅସଲ ମଣିଷପଣିଆ ରହିଛି ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ଉତ୍ତର ଭୁବନେଶ୍ୱରର ପୂବର୍ତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଯୋଗଦେଇ ଲୋକ ସେବା ପାଇଁ ଉତ୍ସର୍ଗୀକୃତ ଭାବନା ଉଦ୍ରେକ ହେବା ଲୋଡ଼ା ବୋଲି ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କେୟାର ହସ୍ପିଟାଲର ବରିଷ୍ଠ ପଦାଧିକାରୀ ଡଃ ଲୋକନାଥ ଦାଶ, ପଦ୍ମାହସ୍ପିଟାଲର ପ୍ରତିଷ୍ଠାତା ଡଃ ବିଶ୍ୱନାଥ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ୍ ଡଃ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟଯୁବ ସାମୁଖ୍ୟ ସମିତିର ସାମ୍ପାଦକ ଅଭୟ ବଡଜେନା ଓ ଯଶୋଦା ମା’ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ନିବେଦିତାଲେଙ୍କା ପ୍ରମୁଖ ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ସେବା ପାଇଁ ତ୍ୟାଗ ଲୋଡ଼ାବୋଲି କହିଥିଲେ । ଟ୍ରଷ୍ଟର ସଭାପତି ଦୁଷ୍ମନ୍ତବେହେରାସ୍ୱାଗତ ଭାଷଣ ଦେଇଥିବାବେଳେ ମମ୍ତାଜ ସରିଫ୍ ଧନ୍ୟବାଦ ଅର୍ପଣ କରିଥିଲେ । ସମାଜସେବୀ ତଥା ସଂଗଠକ ପ୍ରମୋଦ କିଶୋର ପରିଡା, ଅନୀଲ୍ ଦାସ, ନଗେଶ ରାଉତ ଓ ପ୍ରଦୀପ ଲେଙ୍କା, ରଶ୍ମିତା ଖଟେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ୧୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଲୋକସେବକ - ସମ୍ମାନ -୨୦୨୩ ପ୍ରଦାନ କରାଯାଇଥିଲା ।