-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
12-Nov-2023
ପାଟଣାଗଡ (ପ୍ରେରଣା ଖବର ): ଆଜି ପାଟଣାଗଡ ବ୍ଲକ ଅନ୍ତର୍ଗତ ଯୋଗୀମୁଣ୍ଡା ଗ୍ରାମରେ ଲକ୍ଷେ ଘର ଗଣ୍ଡା ସମାଜ ଜୋନ ୧୫ ନଂ ନୁଆଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଶ୍ରୀ ପତି କୁମ୍ଭାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମଞ୍ଚ ପରିଚାଳନା କରିଥିଲେ। ଭକ୍ତରାମ ବାଗ (ଉପଖଣ୍ଡ ସ୍ତରୀୟ ଉପସଭାପତି ତଥା ଏଡଭୋକେଟ୍)
ତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବାବ ସାହେବ ଆମ୍ବେଦକର ଏବଂ ଗୌତମ ବୁଦ୍ଧଙ୍କ ଫଟୋ ରେ ଦୀପ ପ୍ରଜ୍ଜ୍ଵଳନ କରି ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଏହି
ଅବସରରେ ମୁଖ୍ୟ ଅତିଥି ଭାବେ ନୀଳକାନ୍ତ ବାଗ (ବ୍ଲକ ଅଧ୍ୟକ୍ଷ ପାଟଣାଗଡ) ମୁଖ୍ୟ ବକ୍ତା ଭାବେ ଜିତେନ୍ଦ୍ର ସୁନା (ଅଧ୍ୟାପକ କଣ୍ଟାବାଞ୍ଜି କଲେଜ), ସମ୍ମାନିତ ଅତିଥି ଭାବରେ ଜୟନ୍ତ କୁମ୍ଭାର (ସମ୍ପାଦକ) ଧନେଶ୍ଵର ନାଗ,ବୈକୁଣ୍ଠ ବାଗ, ପିତାମ୍ବର ବାଗ, ଦେବକୀ ତାଣ୍ଡି, ମନୋରଞ୍ଜନ ବାରିକ, ପଙ୍କଜ ଭୋଇ, ମଣି କୁମ୍ଭାର ଜୟନ୍ତୀ ବାଗ ଯୋଗଦେଇଥିଲେ। ଅତିଥି ମାନେ ତାଙ୍କ ଅଭିଭାଷଣରେ କେଉଁଟ, କୈବ୍ରତ,ଧିବରଙ୍କୁ ଅନୁସୂଚୀତ ଜାତି ତାଲିକା ରୁ ବାଦ୍ ଦେବା ପାଇଁ ସରକାର ଠାରେ କେମିତି ଲଢେଇ କରିବା ପାଇଁ ସମସ୍ତ ଙ୍କୁ ଆହ୍ବାନ କରିଥିଲେ। ଏହି ଅବସରରେ ଯୁବ କଳାକାର ତଥା ଗୀତିକାର ମନୋଜ ବାଗ, ଗଁଡାବଜା ଗବେଷକ ଭେଲାରାମ କୁମ୍ଭାର (ହିମାଂଶୁ) ଏବଂ ମଧୁସୂଦନ ଦୀପ (ଏମବିବିଏସ)ଛାତ୍ର ଙ୍କୁ ସମ୍ମାନିତ କରାଯାଇଥିଲା। ତାପରେ ଗୁନିଆବାହାଲ ରୁ ଆସିଥିବା ଗଁଡାବଜା ଦଳ ଏବଂ ଛୋଟ ଛୋଟ ଶିଶୁ କଳାକାର ମାନେ ନିଜର ନୃତ୍ୟ,ଗୀତ ପରିବେଷଣ କରିଥିଲେ। ଶେଷରେ ପାଟଣାଗଡ଼ ବ୍ଳକ ସଂଯୋଜକ ବନମାଳୀ କୁମ୍ଭାର ଧନ୍ୟବାଦ ଅର୍ପଣ କରିଥିଲେ।