-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
03-Oct-2023
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ ): ରାଜ୍ଯର ଅନନ୍ଯ ତଥା ପଶ୍ଚିମ ଓଡିଶାର ମନ୍ଦିର ମାଳିନୀ ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ପୀଠ ରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ନିର୍ଦ୍ଦେଶରେ ଜିଲ୍ଲାପ୍ରଶାସନ ତରଫରୁ ସ୍ବଛ୍ଛତା ହିଁ ସେବା ଉଦ୍ଦେଶ୍ଯରେ ଏକ ଗଣ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ମୁକ୍ତ ଓ ସ୍ବଚ୍ଛତାର ନାରା ଏଥିରେ ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରବୀନ୍ଦ୍ର
କୁମାର ଦଲାଇ, ବଙ୍ଗୋମୁଣ୍ଡା ତହସିଲଦାର ଯୋଗେଶ୍ୱର ଧରୁଆ, ଅବସର ପ୍ରାପ୍ତ ଏଇ ନରେଶ ପ୍ରସାଦ ସିହ୍ନା, ଆରଆଇ ରାକେଶ ବେହେରା, ରାଣୀପୁର ଝରିଆଲ ମନ୍ଦିର କମିଟିର ସଭାପତି ମାଣିକଚନ୍ଦ ଜୈନ, ଆବାହକ ଅନିଲ କୁମାର ତ୍ରିପାଠୀ , କ୍ଷୀରସିନ୍ଧୁ ଭୋଇ, ମଞ୍ଜେସ ମେହେର, ଗୋପିନାଥ ସାହୁ, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର ଙ୍କ ନେତୃତ୍ବରେ ରାଣୀପୁର ଝରିଆଲ ଯୁବାମଞ୍ଚ ର ଯୁବଗୋଷ୍ଠୀ , ହେମନ୍ତ ସାହୁ, ନିତ୍ୟାନନ୍ଦ ପୃଷେଠ, ସଞ୍ଜୁ ଭୋଇ, ଝରିଆଲ ସମିତିସଭ୍ଯ ରାଜୁ ହାତୀ, ନବକିଶୋର ଭରାସଗ୍ରିଆ, ମହାଦେବ ଭୋଇ, ଅନିଲ ଭୋଇ, ଚୁଡାମଣି ଭୋଇ, ଦୁର୍ଯ୍ୟୋଧନ ଭୋଇ, ନରେଶ ଭୋଇ, ଆନନ୍ଦ ଭରାସଗ୍ରିଆ, ସନାତନ ନାଗ ପବିତ୍ର ଜାନୀ , ଯୁଗଲ
କିଶୋର ପୁଟେଲ, ପ୍ରଜ୍ଞାନ ତ୍ରିପାଠୀ , ଝରିଆଲ ପଞ୍ଚାୟତର ଏମବିକେ ଏବଂ ସିଆରପି ଙ୍କ ସହ ଏସଏଚଜି ଗ୍ରୁପର ମା ମାନେ ଅଂଶଗ୍ରହଣ କରି ଚଉଷଠି ଯୋଗିନୀ ମନ୍ଦିର ନିକଟ ସଫେଇ, ସୁଉଚ୍ଚ ଜାତୀୟ ପତାକା ନିକଟ ର ଅନାବନା ଗଛ,ଘାସ , ସୋମେଶ୍ବର ମନ୍ଦିର ନିକଟ ସଫେଇ ଲକ୍ଷ୍ମୀ ଦେଉଳ ମନ୍ଦିର ଉପରେ ବଢି ଉଠୁଥିବା ବରଗଛ କଟାଗଲା ଓ ସେ ପାଖରେ ପଡିଥିବା ପାଣୀ ପେକେଟ, ପାଣୀ ବୋତଲ, ମଦ ବୋତଳ , କାଚ ଆଦି ମଇଲା ଆଦି ସଫେଇ କରାଗଲା।