-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
03-Oct-2023
ବରଗଡ଼ : ଜିଲ୍ଲା ଗୁଦେରପାଲି ଗ୍ରାମର ରଂଜିତ ସାଗର ଏବଂ ସୁମିତ୍ରା ସାଗରଙ୍କ ପୁଅ ରଂଜନ ଯିଏ ଏକାଧାରରେ ଜଣେ ହାସ୍ଯ ଲେଖକ, କବି, ଗିତୀକାର ତଥା ସାମାଜିକ କର୍ମୀ।। ଆଜି ହିଁ ତାଙ୍କର ଲିଖିତ ଇଂରାଜୀ କବିତା ବାଂଲାଦେଶ ଦେଶର ରାଜଧାନୀ ଢାକା ର ଆନ୍ତର୍ଜାତୀୟ ଖବରକାଗଜ ଦ ଡେଲି ଗ୍ଲୋବାଲ ନେସନ , ଏନ ଇଣ୍ଟରନ୍ୟାସନାଲ୍ ନିୟୁଜ ପେପର ରେ ଲେଖକ ରଂଜନ ସାଗର ଙ୍କ ନିଜସ୍ବ ଲିଖିତ କବିତା "ବିଲିଭ୍ ଇନ୍ ଇଓରସେଲଭ " ପ୍ରକାଶିତ ହୋଇଅଛି। ଯାହାକି ପଶ୍ଚିମ ଓଡିଶା ଭାଷା ସାହିତ୍ୟ ପାଇଁ ଗୋଟିଏ ଉତ୍ତମ ବାର୍ତା। ତାଙ୍କର ଏହି ଲେଖା ପ୍ରକାଶିତ ହେବା ପୁର୍ବରୁ ଚୀନ ଦେଶର ଖବରକାଗଜ ରେ, ବୋସନିଆ ଓ ହରଜେଗୋଭିନା ଦେଶର ସାହିତ୍ୟକ ପତ୍ରିକାରେ ତିନି ଗୋଟି ଇଂରାଜୀ କବିତା ତତସଂଗେ ବାଂଲାଦେଶ ର ପ୍ରତିଷ୍ଠିତ ହୁର୍ଦୟେ ବଂଗଲା ସାହିତ୍ୟିକ ପ୍ରତିକା ରେ ତିନି ଗୋଟି ବଂଗଲା କବିତା -ଆମି ଅନ୍ୟ ଦେରା ବାଚମି, ନୁତନ ସୁର୍ଯ୍ୟ ଉଠବେ ଏବଂ ନିଃସ୍ୱାର୍ଥ ହଓ କବିତା ପ୍ରକାଶିତ ହୋଇସାରିଛି। ସାଗର ଜଣେ ବହୁଭାଷୀ କବି କେବଳ କୋଶଲି, ଓଡ଼ିଆ ନୁହେଁ ଆହୁରି ଅନ୍ୟାନ୍ୟ ଭାଷାରେ କବିତା ଲେଖି ସାରିଛନ୍ତି।। କବିତା ଲେଖା ଛଡା ସେ ଜଣେ ହାସ୍ଯ ଲେଖକ ଭାବରେ ଲୋକ ପ୍ରିୟତା ହାସଲ କରିସାରିଛନ୍ତି ପଶ୍ଚିମ ଓଡିଶା ର ପ୍ରତିଷ୍ଠିତ ପ୍ରୟୋଜକ ସଂସ୍ଥା ଯଥା-ଯୋଯୋ ଯେ ୫,ମି.ଡୋଲୁ କମେଡି, ମି. ଚାନ୍ଦ କମେଡି ତଥା ପାଣିନୀ ପ୍ରାଗିଁଅ ରେ ଲେଖକ ଭାବରେ କାମ କରିଛନ୍ତି।। ସାଗରଙ୍କ ର ଲେଖନୀ ର ମୁଲ ଲକ୍ଷ୍ଯ ସମାଜ ପ୍ରଗତି ଏବଂ ସମାଜ ସୁଧାରକ ସେ କମେଡି ହଉ ଅବା କବିତା।