-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ପଡୋଶୀ ଘରେ ଭୋଜି କରୁଥିବା ବେଳେ ମହିଳା ଙ୍କ ଶାଢୀ ରେ ନିଆଁ ଲଗି ଅଘଟଣ l ଗୁରୁତର ଆହାତ ମହିଳା ଜଣକ ଡାକ୍ତରଖାନାରେ ଭର୍ତ୍ତି l ଏପରି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ବାଲିପଦର ଗାଁ ରେ l ପୋଡି ହୋଇଥିବା ମହିଳାଙ୍କ ନାମ ପ୍ରମିଳା ପୋଢ଼ (୫୦) ବୋଲି ଜଣାପଡିଛି l ଗତକାଲି ରାତିରେ ବାଲିପଦର ଗାଁ ର ନିଜ ପଡ଼ୋଶୀ ଘରେ ଭୋଜି କରିବାରେ ବ୍ୟସ୍ତ ଥିବା ସମୟରେ ଅସାବଧାନତା ବଶତଃ ମହିଳା ଙ୍କ ଶାଢୀ ନିଆଁ ସଂସ୍ପର୍ଶରେ ଆସି ଯାଇଥିଲା l ନିଆଁ ରେ ପୋଡି ପ୍ରମିଳl ଙ୍କ ଅଣ୍ଟା ତଳକୁ ପୋଡି ଯାଇଛି l ଗୁରୁତର ଅବସ୍ଥାରେ ମହିଳାଙ୍କୁ ଟିଟିଲାଗଡ ଡାକ୍ତରଖାନାରୁ ଅଣାଯାଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ର ବର୍ଣ ୟୁନିଟ୍ ରେ ଭର୍ତ୍ତି କରାଯାଇଛି l