-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||     

HOME   ଜିଲ୍ଲା

ଦିଲ୍ଲୀର ବିକାଶପୁରୀଠାରେ ଶ୍ରୀ ଗଣେଶ ମହୋତ୍ସବ ସମାପ୍ତ

26-Sep-2023



ନୂଆଦିଲ୍ଲୀ(ପ୍ରେରଣା ଖବର ): ଏଠାକାର ପଶ୍ଚିମଦିଲ୍ଲୀସ୍ଥିତ ବିକାଶ ପୁରୀ ଠାରେ ୨୩ତମ ବାର୍ଷିକ ଶ୍ରୀ ଗଣେଶ ମହୋତ୍ସବ ମହା ସମାରୋହରେ ସମାପ୍ତ  ହୋଇଯାଇଛି। ପୂଜା ଅବସରରେ ଠାକୁରଙ୍କର ମଣ୍ଡପକୁ ରଙ୍ଗ ବେରଙ୍ଗର କପଡା,ଫୁଲ ଏବଂ ଆକର୍ଷଣୀୟ ଆଲୋକ ମାଳା ସହିତ ଭବ୍ଯ ଢଙ୍ଗରେ ସଜ୍ଜା ଯାଇଥିବାର ଦେଖଯାଇଥିଲା। ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଅପରାହ୍ନରେ ମଙ୍ଗଳ ମୁର୍ତ୍ତିଙ୍କର ପ୍ରତିଷ୍ଠା ଓ ପୂଜାର୍ଚ୍ଚନା ବିଧି ମୁତାବକ ପୂଜାରୀ ରଘୁନାଥ ରଥଙ୍କ  ଦ୍ବାରା ସମ୍ପନ୍ନ ହୋଇଥିଲା। ଦିନ ଅଢ଼େଇଟା ବେଳେ ଜାତୀୟ ରାଜଧାନୀ କ୍ଷେତ୍ରର ଶତାଧିକ ଓଡିଆ ଓ ଅଣଓଡ଼ିଆ ଭକ୍ତ ସେମାନଙ୍କର ପରିବାରବର୍ଗଙ୍କ ସହିତ ବୁଦ୍ଧିଦାତାଙ୍କର

କରକମଳରେ ପୁଷ୍ପାଞ୍ଜଳି  ଅର୍ପଣ  କରିଥିଲେ। ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ବାରା ଆୟୋଜିତ ଚଳିତ ବର୍ଷର ଗଣେଶ ଉତ୍ସବକୁ କେନ୍ଦ୍ରକରି ଆୟୋଜନ କମିଟିର ସଦସ୍ଯ, ସ୍ବେଚ୍ଛାସେବୀ ଏବଂ ସାଧାରଣ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଦମ୍ଯ ଉତ୍ସାହ ଓ ଅଫୁରନ୍ତ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା।

ମହୋତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ  କିଶୋର ଦ୍ବିବେଦୀ ,ବିକାଶ ପୁରୀ ଠାରେ ଓଡିଆ ସମ୍ପ୍ରଦାୟଙ୍କ ଦ୍ବାରା ନିୟମିତ ଭାବରେ ଆୟୋଜିତ ବାର୍ଷିକ ଗଣେଶ ପୂଜା ବର୍ତ୍ତମାନ ଏକ ଗଣପର୍ବର ରୂପ ନେଇଥିବାରୁ ଆୟୋଜକ ଶ୍ରୀଗଣେଶ ପୂଜା କମିଟିକୁ ସାଧୁବାଦ ଜଣାଇ ଏହି ମହାନ ପରମ୍ପରାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବରିଷ୍ଠ ପ୍ରଶାସକ  ଦେବେନ୍ଦ୍ର  ମାଝୀ, ଦିଲ୍ଲୀପ ପାଢୀ, ରାଷ୍ଟ୍ରୀୟ ପ୍ରବାସୀ ଓଡିଆ  ପରିବାରର ସଭାପତି ଡଃ ବିକ୍ରମ ମହାନ୍ତି, ଡଃ ରଜନୀ ରଂଜନ  ମହାନ୍ତି, ଡଃ ବିନାୟକ ପ୍ରସାଦ, ସମାଜସେବୀ ପ୍ରୀତମ୍ ନାୟକ ଓ ପ୍ରସିଦ୍ଧ ଟେନିସ ଖେଳାଳୀ ଦିଲ୍ଲୀପ  ମହାନ୍ତି ପ୍ରମୁଖ ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇଥିଲେ।

ଏହି ଅବସରରେ ଆୟୋଜିତ  ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ଯ ଆକର୍ଷଣ ଓଲିଉଡର ଉଦୀୟମାନ ତାରକା ଗାୟୀକା  ଦେବାଂଶୀ  ଦାଶ ଥିଲେ। ସୁଶ୍ରୀ ଦାଶ ତାଙ୍କର ଯାଦୁଗରି  ସ୍ବରରେ ଉଭୟ ଲୋକ ଓ ଲଘୁସଙ୍ଗୀତ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।ବିଶିଷ୍ଟ ଗାୟକ ସନ୍ତୋଷ ରାଉତଙ୍କର ତତ୍ତ୍ଵାବଧାନରେ ସୁର ମହ୍ଲାରର କଳାକାରମାନେ ସେମାନଙ୍କର ଅନନ୍ଯ କଳା ଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ଚମତ୍କୃତ କରିଥିଲେ। ସୁପ୍ରସିଦ୍ଧ ଗାୟୀକା ଅଭିପ୍ସା ରଥ ଏବଂ ପ୍ରତିଷ୍ଠିତ ଗାୟକ ଅରୁଣ ନିଶ୍ଚଲଙ୍କର ମନୋଲୋଭା ସଙ୍ଗୀତ ଗୁଡିକ ଖୁବ  ମନମୁଗ୍ଧକର ଥିଲା। ଯୁବ ଓଡିଶୀ ନୃତ୍ୟଶିଳ୍ପୀ ତ୍ରିଷ୍ଣା ତମନ୍ନାଙ୍କର ପ୍ରସ୍ତୁତି ମଧ୍ଯ ବେଶ  ଉଚ୍ଚକୋଟୀର ଥିଲା। କାବ୍ୟା, ଆରାଧ୍ଯ୍ୟା ଓ କନିଷ୍କାଙ୍କ ଦ୍ବାରା ପରିବେଷିତ  ଭାରତନାଟ୍ୟମ୍ ନୃତ୍ଯ ଓ  ପ୍ରାଚୀ, ବର୍ଷା, ରୁଚିସ୍ମିତା ଏବଂ ପ୍ରଜ୍ଞା ପରିମିତାଙ୍କ ଦ୍ବାରା ପ୍ରସ୍ତୁତ ସମ୍ବଲପୁରୀ ଲୋକନୃତ୍ଯ ଦର୍ଶକ ମାନଙ୍କ ଦ୍ବାରା ବେଶ ଆଦୃତ ହୋଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସୁଦକ୍ଷ ଉଦଘୋଷିକା ଇପ୍ସା ପ୍ରତିବିମ୍ବିତା ଷଡଙ୍ଗୀ ଖୁବ ସୂଚାରୁ ରୂପେ ସଂଚାଳନା କରିଥିଲେ। ୨୩ ତମ ଶ୍ରୀ ଗଣେଶ ମହୋତ୍ସବକୁ ସଫଳତାର ସହିତ ଆୟୋଜନ କରିବାର ମୁଖ୍ଯ ପୁରୋଧା ପୂଜା କମିଟିର ପ୍ରତିଷ୍ଠାତା ସଭାପତି ବିମଳ ଭଳ ଓ ତାଙ୍କର ସହଧର୍ମିଣୀ ମହାକାଙ୍ଖ୍ୟା ପ୍ରତିଷ୍ଠାନ ର ପ୍ରତିଷ୍ଠାତ୍ରୀ ପୁଷ୍ପାଞ୍ଜଳି ବାରିକ ଥିଲେ। ଉତ୍ସବ ପରିଚାଳନାରେ ସକ୍ରୀୟ ସହଯୋଗ ପ୍ରଦାନ କରିଥିବା କମିଟିର ଅନ୍ଯାନ୍ଯ ପ୍ରମୁଖ ସଦସ୍ୟମାନଙ୍କ ମଧ୍ଯରେ ଅଜୟ ସାହୁ, ଅଜିତ ସ୍ବାଇଁ, ଅନୁପ ସ୍ବାଇଁ, ବଙ୍କିମ ପରିଡା, ବିକ୍ରମ ଭୂୟାଁ, ଧନେଶ୍ଵର ପରିଡା, ଗଗନ ସାମଲ, ଗଙ୍ଗାଧର ସାମଲ, ଘନଶ୍ୟାମ ମହାନ୍ତି, ଜୀବନ ନାୟକ, କିରଣ ଧଳ, କିଶୋର ରାୟ, ମନୋଜ ଜେନା,

ନାରାୟଣ ବିଶ୍ବାଳ, ପ୍ରସନ୍ନ ସ୍ବାଇଁ, ନିହାର ମହାନ୍ତି, ନିରଞ୍ଜନ ପରିଡ଼ା, ନିଶିକାନ୍ତ ମଣ୍ଡଳ, ପ୍ରବୀର ମଲ୍ଲ, ପ୍ରଦୀପ ସ୍ବାଇଁ, ପ୍ରଦୀପ ନାୟକ, ପ୍ରଦ୍ୟୁମ୍ନ ପ୍ରଧାନ, ପ୍ରକାଶ ସାହୁ, ରାଜକିଶୋର ସାହୁ, ରଞ୍ଜନ ଧଳ, ରଞ୍ଜିତ ପ୍ରଧାନ, ରବୀନ୍ଦ୍ର ସୁତାର, ରବୀନ୍ଦ୍ର ଜେନା, ସନାତନ ରାଉତ, ସଞ୍ଜୟ ରାଉତ, ଶଶିକାନ୍ତ ସାମଲ, ସତ୍ୟବାନ ଭୂୟାଁ, ଶିଶିର ପ୍ରଧାନ, ଶ୍ରୀଧର ସ୍ବାଇଁ ,ସୁନାକର ସାମଲ, ସୁରେଶ ନାୟକ,  ସ୍ୱରୂପ ସ୍ବାଇଁ, ତ୍ରିଲୋଚନ ବାରିକ ଏବଂ ଉମେଶ  ସାହୁ ପ୍ରମୁଖ ଅନ୍ଯତମ ଥିଲେ।
ଉପସ୍ଥିତ ମାନ୍ୟଗଣ୍ୟ ବ୍ଯକ୍ତିମାନଙ୍କ ମଧ୍ଯରେ ଅନିଲ ଜେନା, ସୁରେନ୍ଦ୍ର ମାଣିକ, ମନୋଜ ସାହୁ, ସୁଧାଂଶୁ ସାହୁ,ଭଗବାନ ପରିଡା,ଶରତ ଶର୍ମା , କୈଳାସ ବେହେରା ,ପ୍ରିୟତମା କର, ଡଃ ରୀନାକ୍ଷୀ ଦାସ ଏବଂ କାବେରୀ ବେହେରା ପ୍ରମୁଖ ସାମିଲ ଥିଲେ। 
ପରଦିନ ଅପରାହ୍ନରେ ଶ୍ରୀ ଗଣେଶଙ୍କର ପ୍ରତିମାକୁ ଓଡ଼ିଆ ସମାଜର କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଦ୍ଵାରା ଖୁବ ଜାକଜମକ ମଧ୍ୟରେ ଡି.ଜେ. ଓ ଢୋଲ ବାଦ୍ଯର ବାଜଣା ସହିତ ରୋଷଣୀ କରି  ଓ୍ବାଜିରପୁରସ୍ଥିତ ଯମୁନା ନଦୀ କୂଳକୁ ନିଆଯାଇ ସେଠାରେ ବିଗ୍ରହର ବିସର୍ଜନ ପର୍ବ  ସମାପନ କରାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026

You Might Also Like