-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ରାମ ଗୋପାଳ ହିନ୍ଦୀ ବିଦ୍ୟାଳୟ ଠାରେ ହିନ୍ଦୀ ଶିକ୍ଷା ବିକାଶ ପରିଷଦ ପକ୍ଷରୁ ହିନ୍ଦୀ ଦିବସ ପାଳନ କରାଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇ କାର୍ଯ୍ୟର ଶୁଭାରମ୍ଭ କରି ଭାରତ ର ଏକତା ଓ ଅଖଣ୍ଡତା ବଜାୟ ରଖିବାରେ ହିନ୍ଦୀ ଭାଷାର ଅବଦାନ ସମ୍ପର୍କରେ ମତ ଦେଇ
ଥିଲେ । ସମ୍ମାନୀତ ଅତିଥି ଭାବେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ନୀତିଶ କୁମାର, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ସ୍କୁଲ ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ମୋଦୀ
ମଞ୍ଚାସୀନ ଥିଲେ l କାର୍ଯ୍ୟକ୍ରମକୁ ହିନ୍ଦୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଯୋଜନା କରିଥିଲେ l ପୂର୍ବରୁ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା l ସନ୍ଧ୍ୟାରେ ମୁଖ୍ୟ ଅତିଥି ଦ୍ବାରା ଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହିନ୍ଦୀ ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l