-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2023
କଳାହାଣ୍ଡି ,କୋକସରା(ତ୍ରିନାଥ ବେଶ୍ରା )
ଧର୍ମ ଗଡ ଯୁବ ସାମ୍ୱାଦିକ କାମେଶ ନାଗ ଭୁବନେଶ୍ୱର ଠାରେ ଓଡିଶା ପ୍ରତିଭା ସମ୍ମାନରେ ସମ୍ମାନିତ ହେବେ l ସାମ୍ବାଦିକତାକୁ ସମାଜସେବା ଭାବେ ଆରମ୍ଭ କରି ସବୁବେଳେ ଗରିବ, ନିରୀହ, ନିଷ୍ପେସିତ, ଦିବ୍ୟାଙ୍ଗ ଙ୍କ ଖବର ପ୍ରସାରଣ କରିଥାନ୍ତି l ମୁଖ୍ୟତଃ ଶାଗବାହାଳିର ଜଣେ ଝିଅର ଆତ୍ମହତ୍ୟା ଘଟଣା, ଗଛମୂଳେ କରୋନା ଆକ୍ରାନ୍ତ, ହିତାଧିକାରୀଙ୍କ ଟଙ୍କା ହଡପ, ବିଦ୍ୟାଳୟରେ ଶିକ୍ଷକ ଅଭାବ, ଆଦିବାସୀଙ୍କୁ ଆକ୍ରମଣ, ଏସ ସି, ଏସ ଟି, ଓବିସି ଙ୍କ ଅଧିକାର ପାଇଁ ଖବର ପ୍ରସାରଣ କରିଆସୁଛନ୍ତି l ସେଥିପାଇଁ ଶ୍ରୀ ନାଗ ପୂର୍ବରୁ ମଧ୍ୟ ଭୁବନେଶ୍ୱରରେ ସମ୍ମାନିତ ହୋଇଥିଲେ l ବର୍ତ୍ତମାନ ଓଡିଶା ପ୍ରତିଭା ସମ୍ମାନରେ ସମ୍ମାନିତ ହେବା ଖବର ଶୁଣି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l