-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2023
ବଲାଙ୍ଗିର (ପ୍ରେରଣା ଖବର ): କୂଅରୁ ନିଖୋଜ ଯୁବକଙ୍କ ଶବ ଉଦ୍ଧାର | ହତ୍ୟା ଅଭିଯୋଗ କଲେ ପରିବାର ଲୋକେ | ଏପରି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଖଲିଆପାଲି ଗାଁରେ | ଗତ ରବିବାର ଦିନ ଗାଁର ନିରୱେଲ କୁମ୍ଭାର ଓ ସୁକାନ୍ତଙ୍କ ଭିତରେ ମଦ ପିଇବାକୁ ନେଇ ଝଗଡା ହୋଇଥିଲା | ସଂଧ୍ୟାରୁ ଆଉ ଘରକୁ ଫେରିନଥିଲେ ନିରୱେଲ | ଘର ଲୋକ ବୋହୁ ଖୋଜାଖୋଜି କଲା ପରେ ନିଖୋଜ ନେଇ ପୁଇଁତଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଆଜି ସକାଳୁ ଗାଁ ମୁଣ୍ଡରେ ଥିବା ଏକ କୂଅରେ ନିରୱେଲଙ୍କ ଶବ ଭାସୁଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ | ପୁଇଁତଲା ପୋଲିସ ଘଟନସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଥିଲା | ସାର୍ଟରେ ରକ୍ତର ଛିଟା ଥିବା ବେଳେ, ନାକ କାନରେ ଆଘାତ ଲାଗିଛି | ତେଣୁ ନିରୱେଲକୁ ହତ୍ୟା ପରେ କୂଅରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ | ବଲାଙ୍ଗିର ଏସ. ଡ଼ି. ପି. ଓ ତୋଫାନ ବାଗ ଘଟଣସ୍ଥଳରେ ପହଂଚି ଛନଭିନ ଜାରୀ ରଖିଛନ୍ତି |