-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2023
ବିନିକା, (ପ୍ରେରଣା ଖବର) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଂଚାୟତ ରେଙ୍ଗାଲଭଦ୍ରି ଗ୍ରାମ ଠାରେ ଭୀମସେରନି ତରଫରୁ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଦୀର୍ଘ 4 ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ରେଙ୍ଗାଲଭଦ୍ରି ଗ୍ରାମବାସୀ ଏକତ୍ରିତ ହୋଇ ଭାଗବାନ ବୁଦ୍ଧ ଓ ଭାରତ ରତ୍ନ ଡ଼. ଭୀମରାଓ ଆମ୍ବେଦକର ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମହମବତୀ ଜାଳି ତାଙ୍କର ବିଚାର ଧାରା ଉପରେ ଆମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ପର୍ବକୁ ମନାଇଥିଲେ l ଏହାସହ ପ୍ରତିବର୍ଷ ଏହି ପର୍ବ କୁ ମନାଇବା ପାଇଁ ସଂକଳ୍ପ କଲେ l ଏହାପରେ ଶିକ୍ଷା, ବାଣିଜ୍ୟ, ବ୍ୟବସାୟ, ଗରୀବ ଦୂରୀକରଣ, ନାରୀ ସଶକ୍ତିକରଣ, ଏସସି, ଏସଟି, ଓବିସୀ ମାନଙ୍କର ବିକାଶ ତଥା ଭୀମସେରନୀ ନାରୀ ଏକତା ମିଶନ ଓଡିଶା ଲକ୍ଷ୍ୟ ଉଦ୍ଦେଶ୍ୟ କୁ ମଧ୍ୟ ଉପସ୍ଥାପନା କରାଯାଇଥିଲା l