-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ) ଗତକାଲି ଫରେଷ୍ଟ ସ୍ମାର୍ଟ ପାର୍କ ରେ ବିଦ୍ୟୁତ କରେଣ୍ଟ ଲାଗି ପୌର ପରିଷଦ ଅଧୀନରେ କାର୍ଯ୍ୟ କରୁଥିବା ସ୍ୱୟଂ ସହାୟିକା ଠିକା ମହିଳା କର୍ମଚାରୀ ବାସନ୍ତି ଦାସ(୩୫) ଙ୍କ ମୃତ୍ୟୁ ଘଟିଛି l ଏ ଖବରରେ ଫରେଷ୍ଟ ପାର୍କ, ଖଦାଳ ପଡ଼ା ତଥା ସମଗ୍ର ସହରରେ ଶୋକର ଛାୟା ଖେଳି ଯାଇଛି l ସୋନପୁର ଖଦାଲ ପଡା ୱାର୍ଡ ନମ୍ବର ୧୧ର ଉଦ୍ୟନ୍ ମହିଳା ଗ୍ରୁପ ସବୁ ଦିନ ପରି ଆଜି ମଧ୍ୟ ଏହି ପାର୍କ କୁ ସଫେଇ କାମ କରିବାକୁ ଯାଇଥିବା ସମୟରେ ଘାସ କଟା ମେସିନ ସଂସ୍ପର୍ଶରେ ଆସି ବିଦ୍ୟୁତ୍ ଆଘାତ ରେ ବାସନ୍ତୀ (ଉଦ୍ୟାନ ଗ୍ରୁପ ମହିଳା) ହଠାତ୍ ଗୁରୁତର ହୋଇଥିଲେ l ସାଥି ମହିଳାଙ୍କ ଉପସ୍ଥିତ ବୁଦ୍ଧି ଦ୍ୱାରା ହଠାତ ଲାଇନ ଡ଼ିସକନେକ୍ଟ କଲା ସତ୍ୱେ ମଧ୍ୟ ବାସନ୍ତିଙ୍କ ପ୍ରାଣ ହାନି ଘଟିବା ସମସ୍ତ ଏସ ଏଚ ଜି ମହିଳା ତଥା ସାଥି କର୍ମଚାରୀଙ୍କୁ ଗଭୀର ଦୁଃଖ ଦେଇଛି l କିଛି ସ୍ବେଛାସେବୀ ଓ ପାର୍କ କର୍ମଚାରୀ ଙ୍କ ଦ୍ୱାରା ତୁରନ୍ତ ତାଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସ୍ୱୟଂ ସହାୟିକା ଗ୍ରୁପ ମହିଳା ଓ ସମ୍ପର୍କୀୟ ମାନେ ପୌର ଅଧିକାରୀଙ୍କ ଅବହେଳା ଯୋଗୁଁ ଏ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି। ଏ ଅଧିକାରୀଙ୍କ ଓ ବିଭାଗର ଅବହେଳା ଓ ଦୂରଦୃଷ୍ଟି ଅଭାବ ଯୋଗୁଁ ନିକଟରେ ଛାତ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଏବଂ ଆଜି ଜଣେ ନିରୀହ ଗରିବ ମହିଳାଙ୍କ ମୃତ୍ୟୁ ଘଟଣାକୁ ସହରର ବୁଦ୍ଧିଜୀବୀ ଘୋର ନିନ୍ଦା କରିଛନ୍ତି l ଦୀର୍ଘ ମାସରୁ ଅନ୍ୟତ୍ର ବଦଳି ହୋଇଥିବା ଏହି ଅଧିକାରୀଙ୍କୁ ଆଜି ଯାଏ ଏଠୁ ରିଲିଫ ନ କରିବା ପଛରେ ଯେଉଁ ସରକାରୀ ଓ ରାଜ ନେତା ବାବୁ ମାନଙ୍କ ଆଶୀର୍ବାଦ ଅଛି ସେଇମାନେ ହିଁ ସେଇ ଶ୍ରମିକ ଓ ବାସନ୍ତି ନାଏକ ଙ୍କ ମୃତ୍ୟୁ ଘଟଣାରେ ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ଙ୍କ ମତ ପାଇଛି l ବାସନ୍ତିଙ୍କ ଦୁଇଟି ଝିଅ, ଗୋଟିଏ ପୁଅ ଥିବାରୁ ତାଙ୍କ ଥଇଥାନ ପାଇଁ ତାଙ୍କୁ ଖଣ୍ଡିଏ ଚାକିରି ସହିତ ୨୦ ଲକ୍ଷ ଟଙ୍କା ଆର୍ଥୀକ ସହାୟତା ରାଶି ଓ ଶିକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ସରକାରଙ୍କୁ କୋହଭରା କଣ୍ଠରେ ନିବେଦନ କରିଛନ୍ତି ମୃତା ବାସନ୍ତିଙ୍କ ସ୍ୱାମୀ l ଏବଂ ଆଜିର ଏ ଘଟଣା ୩ ଘଣ୍ଟା ବିତି ଯିବା ପରେ ଓ ଜିଲ୍ଲାପାଳଙ୍କ ନଜରରେ ଆସିବା ପରେ ମଧ୍ୟ ଖୁବ ବିଳମ୍ବ ରେ ପୌର ଅଧିକାରୀ ମେଡିକାଲକୁ ପହଂଚିବା ଅତି ଦୁଃଖ ଓ ଲଜ୍ଜା ର ବିଷୟ ଅଟେ l ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ରେଡକ୍ରସରୁ୧୦ ହଜାର, ହରିଶ୍ଚନ୍ଦ୍ର ଯୋଜନାରୁ ୪ ହଜାର ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରାଯାଇଥିବା ବେଳେ ଏନ ବି ଏଫ ସି ରୁ ୨୦ ହଜାର, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ୨ଲକ୍ଷ, ଶ୍ରମିକ ସ୍ୱାସ୍ଥ୍ୟ ବୀମା ଯୋଜନାରୁ ୨ ଲକ୍ଷ ଟଙ୍କା ସହାୟତା ପାଇଁ ପ୍ରଶାସନର ଉଦ୍ୟମ ଆରମ୍ଭ ହୋଇଥିବା ଖବର ମିଳିଛି l