-+91-9937148622 |

prerana_bgr@rediffmail.com |

  Thursday 1st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   (30-Sep-2026)       ||      କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିରରେ ବିଶାଳ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା, କଲ୍ୟାଣ ମଣ୍ଡପ ରେ ନୁଆଁଖାଇ ଜୁହାର ଭେଟ

25-Sep-2023



ବଲାଙ୍ଗିର: ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବଲାଙ୍ଗିର ସହରରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ହଜାର ହଜାର ସଂଖ୍ୟାରେ ଆଦିବାସୀ ମାନେ ସମଲେଇ ମନ୍ଦିରରେ ପୂଜାର୍ଚନା କରିଥିଲେ l ଆଦିବାସୀ ମାନେ ପାରମ୍ପରିକ ବେଶଭୁଷା ସହିତ ନୃତ୍ୟ,ଗୀତ, ବାଦ୍ୟ,ସଙ୍ଗୀତ ର ତାଳେ ତାଳେ ନାଚି ନାଚି ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ l ଶୋଭାଯାତ୍ରା ଅବସରରେ ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ଦଶ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଧେଶ୍ୟରେ ବଲାଙ୍ଗିର ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିଥିଲେ l ଜ଼ିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l ଦାବୀ ଗୁଡିକ ମଧ୍ୟରେ ଗୋଣ୍ଡି, କୁଇ, ହୋ, ମୁଣ୍ଡାରୀ, ଭୂମିଜ, ଆଦିବାସୀ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀରେ ସାମିଲ କରିବା, ଆଦିବାସୀ ଗାଁ, ବସ୍ତି, ପଡ଼ା ମାନଙ୍କ ରେ ନେଟୱାର୍କ ସଂଯୋଗ କରିବା,ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା, ଆଦିବାସୀ ଅଧ୍ୟୁଷିତ ପଶ୍ଚିମ ଓଡିଶାର କେନ୍ଦୁପତ୍ର ତୋଳାଳୀ ବନ୍ଧାଳୀ ମାନଙ୍କ ଆର୍ଥିକ ବିକାଶ ପାଇଁ କେନ୍ଦୁପତ୍ର ରୁ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରି ଉକ୍ତ ଟଙ୍କା କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ପ୍ରଦାନ କରିବା, ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ଅନୁସାରେ ସମୟସିମା ମଧ୍ୟରେ ନକଲି ଆଦିବାସୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମାଳି, ରଣା ଓବିସୀ ଜାତି କୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ ନ କରିବା, ଆଦିବାସୀ ମାନଙ୍କ ଭୁସମ୍ପତ୍ତି କୁ ଅଣ ଆଦିବାସୀ ମାନଙ୍କୁ ହସ୍ତାନ୍ତର ନ କରିବା ଏବଂ ଅଣ-ଆଦିବାସୀ ମାନେ ବେଆଇନ ଖର୍ଦି ସୂତ୍ରେ ଦଖଲ କରୁଥିବା ଜମି କୁ ଆଦିବାସୀ ମାନଙ୍କୁ ଫେରସ୍ତ କରିବା, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଛାଡ଼ି ହୋଇଥିବା ଆଦିବାସୀ ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା,ବଜାର ଦର ବୃଦ୍ଧି କୁ ଦୃଷ୍ଟି ରେ ରଖି ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ପ୍ରଭୃତି l ପରେ ଶୋଭାଯାତ୍ରା ରେ ଆଦିବାସୀ ମାନେ କଲେଜଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ନୁଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ରେ ଆଦିମ ସଂସ୍କୃତି ନୃତ୍ୟ, ଗୀତ, ସଂଗୀତ ପରିବେଷଣ କରିଥିଲେ l ନୁଆଁଖାଇ ଭେଟଘାଟ ଉପଲକ୍ଷେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବ୍ଲକ ସଭାପତି ବଳଦେବ ଭୋଇ, ନିମାଇଁ ଚରଣ ଝାଙ୍କର, ପlଳେଶ୍ୱର ଭୋଇ, ଭୁବନେଶ୍ୱର କୁଅଁର, ଦଶରଥ ଛତ୍ରିଆ, ଚନ୍ଦ୍ର ବରିହା, ରସିକ ଧରୁଆ, ସନ୍ତୋଷ ପୁଟା, ରାଜୀବ କୁଅଁର, ମନରଞ୍ଜନ ଭୋଇ, ସୁରଥ ଧରୁଆ, ଚୌବନ କିଶୋର ମାଝି,ପ୍ରଫୁଲ୍ଲ କୁମାର ତୁମୁନିଆଁ, ଅଚ୍ୟୁତ ଧରୁଆ, ପ୍ରମୁଖ ଉଦବୋଧନ ଦେଇଥିଲେ l ଆଦିବାସୀ ସଂସ୍କୃତି ସୁରକ୍ଷା ପାଇଁ ଚଳିତ ବର୍ଷ ଆଦିବାସୀ ମହୋତ୍ସବ ପାଳନ କରିବା, ଆଦିବାସୀ ଦେବlଦେବୀ ପୀଠ ର ନିର୍ମାଣ, ମରାମତି ଓ ସୌନ୍ଦର୍ଯ୍ୟକରଣ କରିବା, ଆଦିବାସୀ ସଂସ୍କୃତି ଭବନ ନିର୍ମାଣ, ଆଦିବାସୀ ଏକତା ସଦଭାବନା ବୃଦ୍ଧି ପାଇଁ ସଂଗଠନକୁ ମଜବୁତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ସାରଥୀ ବାଗ, ଗୌରାଙ୍ଗ ବରିହା, ଘନ ଭୋଇ, ଧରମ ସିଂ ଧରୁଆ, ଯଦୁମଣି ବରିହା, ଲକ୍ଷ୍ମୀ ଶବର, ଖେଳନ୍ତି ସମରଥ, ଟଙ୍କଧର ଧରୁଆ, ଶୋଭାଯାତ୍ରା ପରିଚାଳନା କରିଥିଲେ l ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ l

ଦାବୀ ଗୁଡିକ ମଧ୍ୟରେ ଗୋଣ୍ଡି, କୁଇ, ହୋ, ମୁଣ୍ଡାରୀ, ଭୂମିଜ, ଆଦିବାସୀ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା, ଆଦିବାସୀ ଗାଁ, ବସ୍ତି, ପଡ଼ା ମାନଙ୍କ ରେ ନେଟୱାର୍କ ସଂଯୋଗ କରିବା,ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା, ଆଦିବାସୀ ଅଧ୍ୟୁଷିତ ପଶ୍ଚିମ ଓଡିଶାର କେନ୍ଦୁପତ୍ର ତୋଳାଳୀ ବନ୍ଧାଳୀ ମାନଙ୍କ ଆର୍ଥିକ ବିକାଶ ପାଇଁ କେନ୍ଦୁପତ୍ର ରୁ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରି ଉକ୍ତ ଟଙ୍କା କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ପ୍ରଦାନ କରିବା, ଉଚ୍ଚତମ ନ୍ୟାୟାଳୟ ଙ୍କ ଆଦେଶ ଅନୁସାରେ ସମୟସିମା ମଧ୍ୟରେ ନକଲି ଆଦିବାସୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମାଳି, ରଣା ଓବିସୀ ଜାତି କୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ ନ କରିବା, ଆଦିବାସୀ ମାନଙ୍କ ଭୁସମ୍ପତ୍ତି କୁ ଅଣ ଆଦିବାସୀ ମାନଙ୍କୁ ହସ୍ତାନ୍ତର ନ କରିବା ଏବଂ ଅଣ-ଆଦିବାସୀ ମାନେ ବେଆଇନ ଖର୍ଦି ସୂତ୍ରେ ଦଖଲ କରୁଥିବା ଜମି କୁ ଆଦିବାସୀ ମାନଙ୍କୁ ଫେରସ୍ତ କରିବା, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଛାଡ଼ି ହୋଇଥିବା ଆଦିବାସୀ ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା,ବଜାର ଦର ବୃଦ୍ଧି କୁ ଦୃଷ୍ଟି ରେ ରଖି ଆଦିବାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ପ୍ରଭୃତି l ପରେ ଶୋଭାଯାତ୍ରାରେ ଆଦିବାସୀ ମାନେ କଲେଜଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ନୁଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ରେ ଆଦିମ ସଂସ୍କୃତି ନୃତ୍ୟ, ଗୀତ, ସଂଗୀତ ପରିବେଷଣ କରିଥିଲେ l ନୁଆଁଖାଇ ଭେଟଘାଟ ଉପଲକ୍ଷେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବ୍ଲକ ସଭାପତି ବଳଦେବ ଭୋଇ, ନିମାଇଁ ଚରଣ ଝାଙ୍କର, ପlଳେଶ୍ୱର ଭୋଇ,ଭୁବନେଶ୍ୱର କୁଅଁର,ଦଶରଥ ଛତ୍ରିଆ, ଚନ୍ଦ୍ର ବରିହା, ରସିକ ଧରୁଆ, ସନ୍ତୋଷ ପୁଟା, ରାଜୀବ କୁଅଁର, ମନରଞ୍ଜନ ଭୋଇ, ସୁରଥ ଧରୁଆ, ଚୌବନ କିଶୋର ମାଝି,ପ୍ରଫୁଲ୍ଲ କୁମାର ତୁମୁନିଆଁ, ଅଚ୍ୟୁତ ଧରୁଆ, ପ୍ରମୁଖ ଉଦବୋଧନ ଦେଇଥିଲେ l ଆଦିବାସୀ ସଂସ୍କୃତି ସୁରକ୍ଷା ପାଇଁ ଚଳିତ ବର୍ଷ ଆଦିବାସୀ ମହୋତ୍ସବ ପାଳନ କରିବା, ଆଦିବାସୀ ଦେବlଦେବୀ ପୀଠ ର ନିର୍ମାଣ, ମରାମତି ଓ ସୌନ୍ଦର୍ଯ୍ୟକରଣ କରିବା, ଆଦିବାସୀ ସଂସ୍କୃତି ଭବନ ନିର୍ମାଣ, ଆଦିବାସୀ ଏକତା ସଦଭାବନା ବୃଦ୍ଧି ପାଇଁ ସଂଗଠନ କୁ ମଜବୁତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ସାରଥୀ ବାଗ, ଗୌରାଙ୍ଗ ବରିହା, ଘନ ଭୋଇ, ଧରମ ସିଂ ଧରୁଆ, ଯଦୁମଣି ବରିହା, ଲକ୍ଷ୍ମୀ ଶବର, ଖେଳନ୍ତି ସମରଥ, ଟଙ୍କଧର ଧରୁଆ, ଶୋଭାଯାତ୍ରା ପରିଚାଳନା କରିଥିଲେ l ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରର ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ନେଇ ବିଧାନସଭାରେ କଳିକେଶଙ୍କ ପ୍ରଶ୍ନ ଔଷଧ ଓ ଚିକିତ୍ସା ଉପକରଣ ପାଇଁ ₹୪.୩୭ କୋଟିରୁ ଅଧିକ ଅନୁମୋଦନ; ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନାମରେ ୫୦.୪୩୭ ଏକର ଜମି   30-Sep-2026
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026

You Might Also Like