-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
20-Sep-2023
ମୁରିବାହାଲ(ସୁଦାମ ଚରଣ ବଘାର ): ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ସଭ୍ଯ ତଥା ଯୁବନେତା ଅମିତ ସିଂ ସାଲୁଜା ମଙ୍ଗଳବାର ଦିନ ମୁରିବାହାଲ ବ୍ଲକ ର ବିଭିନ୍ନ ପୂଜା ମଣ୍ଡପ କୁ ପରିଦର୍ଶନରେ ଆସି ଗଜାନନ ଙ୍କ ଦର୍ଶନ କରିଥିଲେ।ମଲିଶିରା ର ଗଣେଶ ପୂଜା ମଣ୍ଡପ, ଡେଙ୍ଗପଦର ମାଝୀପଡା ମଣ୍ଡପ, ମୁରିବାହାଲ ବସ୍ତୀ ସ୍କୁଲ ପଡା ମଣ୍ଡପ ,ଡୁମେରପଡା ମଣ୍ଡପ,
ଗୁଡିଘାଟ ପୂଜା ମଣ୍ଡପ,ଇଛାପଡା ଗଣେଶ ପୂଜା ମଣ୍ଡପ ପରିଦର୍ଶନ କରି ଗଜାନନ ଙ୍କ ଆଶିର୍ବାଦ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ସମସ୍ତ କମିଟି ବୃନ୍ଦ ଉପସ୍ଥିତ ଥିଲେ ,
ମାଲିଶିରା ପୂଜା ସଭାପତି ଲକ୍ଷ୍ମୀଧର ବିଭାର , ସମ୍ପାଦକ ମଲ୍ଲିକ ଛୁରା, କଂଗ୍ରେସ କର୍ମୀ ନଟବର ସୁନା, ନାଇବ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରକାନ୍ତି ସୁନା ଓ ମହିଳା ସଙ୍ଘ ଉପସ୍ଥିତ ଥିଲେ, ମାଲିଶିରା ରେ ସମସ୍ତ ଙ୍କୁ ମିଶି ଦେଙ୍ଗପଦର୍ ଗ୍ରାମ ର ମାଝୀ ପଡା ର ଗଣେଷ ପୂଜା ରେ ଯୋଗଦାନ କରି ମୁରିବାହାଲ ବସ୍ତୀ ସ୍କୁଲ ପଡା ପରିଦର୍ଶନ କରି ବିଘ୍ନରାଜ ଙ୍କ ଦର୍ଶନ କରିଥିଲେ।