-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
20-Sep-2023
ତୁଷୁରା (ପଞ୍ଚାନନ ନାଏକ)- ପ୍ରାଭଷ୍ଟିଟ ବ୍ଳକ ଇଣ୍ଡିଆ ରାଜନୈତିକ ଦଳର ଜିଲ୍ଲା ସଭାପତି କପିଳ କୁମ୍ଭାରଙ୍କ ବିଯୋଗରେ ଦେଓଗାଁ ଠାରେ ନିଶାଯୁକ୍ତି ଅଭିଯାନର ଜିଲ୍ଲା ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳଙ୍କ ସଭାପତିତ୍ବରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶା ସେବାସଂଘର ସଭାପତି ରାଜେଶ କୁମାର ବଗର୍ତ୍ତୀ, ବନବିହାରୀ ନାଗ, କେଦାର ମାଝୀ, ସୁମତ ମେହେର, ଆକାଶ ସୁନା, ହରି ନନ୍ଦ ଆଦି ଯୋଗ ଦେଇ ଶ୍ରୀ କୁମ୍ଭାର ଜଣେ ମିଲାପି ବ୍ୟକ୍ତି ହେବା ସହ ବିଭିନ୍ନ ସଂଗଠନରେ ଜଡିତ ଥିଲେ । ଏପରିକି ସାଗରପାଲି ସ୍ଥିତ ବିଜୟାନନ୍ଦ ଚିନିକଳ ପୁନଃ ଚାଳୁ ଦାବୀରେ ବହୁ ଦିନ ଧରି ଚିନିକଳ ସମ୍ମୁଖରେ ଶ୍ରୀ କୁମ୍ଭାର ଧାରଣ ଦେଇଥିବା ନେଇ ଉପସ୍ଥିତ ବକ୍ତାମାନେ ମତବ୍ୟକ୍ତ କରିଥିଲେ ।