-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
16-Sep-2023
ବଲାଙ୍ଗୀର- ବଲାଙ୍ଗିର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ବ୍ଲକ ଏୟୁପିଟିଏଫ୍, ଓଜେଟିଏ, ଡିପିଟିଏ, ଓପିଟିଏ, ଏକ୍ସ କେଡର ଏଆଇ, ପିଆଇ ଆଦି ଶିକ୍ଷକ ସଂଗଠନର ଶିକ୍ଷକ ଶିକ୍ଷୟତ୍ରୀମାନେ ତିନି ଦଫା ଦାବି ନେଇ ଏହି ଧାରଣା ରେ ସମ୍ମଳିତ ହୋଇଥିଲେ । ତିନି ଦଫା ଦାବି ସମୁହ ପ୍ରାଥମିକ ଶିକ୍ଷକଙ୍କୁ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାଳକୁ ନୋସନାଲ ଇନ୍କ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରିରେ ଗଣନା କରିବା ସହିତ ଏକ୍ସ କେଡର କଳା ଓ କ୍ରିଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ରୂପେ ମାନ୍ୟତା ଦିଆଯାଉ । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳ ବେତନ ଲେବେଲ ୯ ଗ୍ରେଡ୍ ପେ ୪୨୦୦ ଅନୁସାରେ ଦରମା ପ୍ରଦାନ କରାଯାଉ । ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରାଯାଉ । ଏହି ତିନି ଦଫା ଦାବି ସମ୍ମଳିତ ପତ୍ର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କ ଉଦ୍ଦେଶ୍ୟରେ ବିଇଓ ବଲାଙ୍ଗିର ଙ୍କୁ ପ୍ରଦାନ କରାଯାଇଥିଲା । ଏହି ଗଣଧାରଣାରେ ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ବଲାଙ୍ଗିର ବ୍ଲକ ଏୟୁପିଟିଏଫ୍ ସଭାପତି ରାଜ କୁମାର ବରାଡ, ବଲାଙ୍ଗିର ବ୍ଲକ ଡିପିଟିଏ ସଭାପତି କମଳ ଲୋଚନ ସାହୁ, ବଲାଙ୍ଗିର ଜିଲ୍ଲା ଓପିଟିଏ ସଂପାଦକ କୈଶ ରସୁଲ ଖାନ, ଓଜେଟିଏ ବ୍ଲକ ସଭାପତି ନମିତା ସାହୁ, ଏକ୍ସ କେଡର ବ୍ଲକ ସଭାପତି ମହେଶ ମଲ୍ଲିକ, ଏୟୁପିଟିଏଫ୍ ଜିଲ୍ଲା ସଂପାଦକ ପ୍ରଦୀପ କୁମାର ଖମାରୀ, ବିଷ୍ଣୁ ଚରଣ ସାହୁ, ମହାଦେବ ମେଶ୍ୱା, ପ୍ରମୁଖ ଉଦ୍ବୋଧନ ପ୍ରଦାନ କରିଥିଲେ ।