-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
16-Sep-2023
ବଲାଙ୍ଗୀର,-ବଲାଙ୍ଗୀର ଯୁବକଂଗ୍ରେସ ପାଇଁ ଖୁସି ଖବର । ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ଯୁବନେତା ଅମିତ ନାୟକଙ୍କୁ ଦଳ ରାଜ୍ୟ ଯୁବକଂଗ୍ରେସ ପ୍ରବକ୍ତା ଭାବରେ ନିଯୁକ୍ତ କରିଛି । ଗତକାଲି ସେପଟେମ୍ବର ୧୫ ତାରିଖରେ ରାଷ୍ଟ୍ରୀୟ ଜାତୀୟଯୁବ କଂଗ୍ରେସ ସଭାପତି ଶ୍ରୀନିଭାସ ବିଭି ଓଡିଶା ପ୍ରଦେଶ ଯୁବକଂଗ୍ରେସ ପାଇଁ ୯ଜଣଙ୍କୁ ପ୍ରବକ୍ତା ଭାବରେ ମନୋନିତ କରିଛନ୍ତି । ଏହି ଟିମରେ ମହମ୍ମଦ ମହସିନ,ଉମାଶଙ୍କର ଭୋସାଗର,ଦୀନେଶରଂଜନ ରାଉତ,ଅଭନିଶ ଗମାଙ୍ଗୋ,ଲିଲି ସୋଡି,ସୌମ୍ୟରଂଜନ ବେଉରା,ବସନ୍ତ କୁମାର ପାଢୀ,ଅମିତ କୁମାର ନାୟକ ଓ ଇଂ.ନିହାର ରଂଜନ ବେହୁରା ରହିଛନ୍ତି । ଆଗକୁ ଏହି ଟିମରେ ଦେଶରେ କଂଗ୍ରେସକୁ ନେତୃତ୍ୱ ଦେଉଥିବା ମ୍ଲିକାର୍ଜୁନ ଖାଡଗେ,ଶ୍ରୀମତୀ ସୋନିଆଁ ଗାନ୍ଧୀ ଓ ରାହୁଲ ଗାନ୍ଧୀକୁ ସହ ଯୋଗ କରି ମଜବୁତ କରିବେ ବୋଲି ଦଳ ଆଶା କରିଛି । ଏହି ନିିଯୁକ୍ତି ପାଇଁ ଜାତୀୟଯୁବ କଂଗ୍ରେସ ସଭାପତି ଶ୍ରୀନିଭାସ ବିଭି ,ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ପାଢୀ,ସ୍ମୃତୀ ଲେଙ୍କା,ପିସିସି ସଭାପତି ଶରତ ପଟ୍ଟନାୟକ,ଏଆଇସିସି ସଭ୍ୟ ବିଧୁଭୂଷଣ ତ୍ରୀପାଠୀଙ୍କୁ ଅମିତ ନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି ।