-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
12-Sep-2023
ସମ୍ବଲପୁର-(ସଂଜୀବକୁମାରପାଣିଗ୍ରାହୀ)
ବିଜେପି ଓଡ଼ିଶା ପ୍ରଦେଶ ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଡାକ୍ତର ଐଶ୍ଵର୍ୟା ବିଶ୍ୱାଳ ଙ୍କର ଦ୍ୱାରା ତାଙ୍କରି ରାଜ୍ୟ ମହିଳା ମୋର୍ଚ୍ଚା ର ପଦାଧିକାରୀ ଙ୍କର ନାମ ଘୋଷଣା ହୋଇଥିବା ବେଳେ, ମହିଳା ମୋର୍ଚ୍ଚା ର ପଦାଧିକାରୀ ଭାବରେ ତଥା ରାଜ୍ୟ ବିଜେପି ର ସମ୍ପାଦିକା ଭାବରେ ଦାୟିତ୍ୱ ର ସହ କାର୍ଯ୍ୟ କରିଆସିଥିବା ବରିଷ୍ଠ ନେତ୍ରୀ ସବିତା ନନ୍ଦ ଙ୍କୁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ର ଉପସଭାନେତ୍ରୀ ର ଦାୟିତ୍ୱ ଦିଆଯାଇଛି l ଏହି ପରିପେକ୍ଷୀ ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l
ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ ଙ୍କର ସଭାପତିତ୍ୱ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ବକ୍ତା ଭାବରେ ବିଜେପି ର ବରିଷ୍ଠ ନେତା ସୂର୍ଯ୍ୟ ପାଣିଗ୍ରାହୀ, ଅତିଥି ଭାବରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୂର୍ଣ୍ଣା ବାରିକ ତଥା ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସବିତା ନନ୍ଦ ଓ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ଆରତୀ ଲତା ବରାଡ଼ ପ୍ରମୁଖ ମଂଚାସୀନ ଥିଲେ l ପ୍ରାରମ୍ଭ ରେ ଭାରତମାତା ଙ୍କୁ ପୂଜାର୍ଚନା ପରେ ସାମୁହିକ ବନ୍ଦେ ମାତରଂ ଗାନ କରାଯାଇଥିଲା l ପୂର୍ବତନ ଜିଲ୍ଲା ବିଜେପି ଉପସଭାପତି ଶ୍ରୀକାନ୍ତ ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ପରେ ପରେ ବିଜେପି ମହିଳା ମୋର୍ଚ୍ଚା ରେ ରାଜ୍ୟ ଦାୟିତ୍ୱ ପାଇଥିବା ସବିତା ନନ୍ଦ ଓ ଆରତୀ ଲତା ବରାଡ଼ ଙ୍କୁ ସାମୁହିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲା ସଭାନେତ୍ରୀ ବିଜେପି କୁ ସୁଦୃଢ କରିବାରେ ମହିଳା ମୋର୍ଚ୍ଚା କାର୍ଯ୍ୟ କରିଆସୁଛି ବୋଲି ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ନନ୍ଦ ତାଙ୍କୁ ରାଜ୍ୟ ନେତୃତ୍ୱ ଦାୟିତ୍ୱ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ପଶ୍ଚିମ ଓଡିଶା ରେ ମହିଳା ମୋର୍ଚ୍ଚା କୁ ଆହୁରି ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିଥିଲେ l ମୁଖ୍ୟ ବକ୍ତା ବରିଷ୍ଠ ନେତା ଶ୍ରୀ ପାଣିଗ୍ରାହୀ ତାଙ୍କର ସମାରୋପ ବକ୍ତବ୍ୟ ରେ କହିଥିଲେ ଯେ, ଆଜିର ଦିନରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର କାର୍ଯ୍ୟ ଦକ୍ଷତା ଯୋଗୁଁ ବିଶ୍ୱ ଦରବାର ରେ ଭାରତବର୍ଷ ସୁନାମ ପାଇପାରିଛି l ଆଜି ଗୋଟେ ପରେ ଗୋଟେ ପ୍ରତିଶୃତି କୁ ପୂରଣ କରିବାରେ କାର୍ଯ୍ୟ କରି ଆସୁଛି ବିଜେପି ନେତୃତ୍ବାଧୀନ ଏନ.ଡି.ଏ. ସରକାର l ଆମକୁ ବି ନିଜ ଅଂଚଳ ର ଲୋକଙ୍କର ସ୍ୱର ହୋଇ ଲୋକଙ୍କ ପାଇଁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ l
ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୁଷ୍ପାଞ୍ଜଳି ଜେନା ସୀତାକାନ୍ତି ମେସୁଆ, ଡାକ୍ତର ପ୍ରଭାସ ଦେବତା,ଡ଼. ସୁଷମା ସାହୁ, ରୁନୁ ପ୍ରଧାନ, ସରୋଜିନୀ ନାଏକ, ପୂର୍ଣ୍ଣବାସୀ ପଣ୍ଡା,କାଜଲ ଚକ୍ରବର୍ତ୍ତୀ, ମୈଥିଲି ବାଗ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମ ର ପରିଚାଳନା ରେ ସରୋଜ ସାହୁ, ଦେଓକିରଣ ପଟ୍ଟନାୟକ, ମୁକେଶ ଜରିୱାଲ, ରଂଜିତ ରଥ, କିଶୋର ନାଏକ, ସୁବାସ ସାହୁ, ରାଜୁ ଚଟାର୍ଜୀ, ବିକାଶ ପଟ୍ଟନାୟକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l
ଶେଷରେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ର ଉପସଭାନେତ୍ରୀ ଅମୂଲ୍ୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l