-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
12-Sep-2023
ବଲାଙ୍ଗୀର(ଚିତ୍ରସେନ ବେହେରା)- ବଲାଙ୍ଗୀର ଜିଲ୍ଲା ସାମ୍ବାଦିକଭବନର ଉନ୍ନତିକରଣ ପାଇଁ ବଲାଙ୍ଗୀର ପୌରପାଳିକା ପକ୍ଷରୁ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏହି କାମକୁ ଆରମ୍ଭ କରିବାକୁ ଆଜି ପୂର୍ବତନ ସାଂସଦ ତଥା ବର୍ତ୍ତମାନର ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ଶିଳାନ୍ୟାସ କରିଛନ୍ତି । ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ, ୨୧ନମ୍ବର ୱାର୍ଡର କାଉନସିଲର ଲଳାଟେନ୍ଦୁ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଶିଳାନ୍ୟାସ ହୋଇଛି । ଶିଳାନ୍ୟାସ ପରେ ଜିଲ୍ଲା ସାମ୍ବାଦିକ ସଂଘର ସଭାକକ୍ଷରେ ସଂଘର ସଭାପତି ଶିବପ୍ରସାଦ ପରିଡାଙ୍କ ସଭାପତିତ୍ୱ ଓ ସାମ୍ବାଦିକ ପ୍ରଦୀପ୍ତ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କଳିକେଶନାରାୟଣ ସିଂଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟତ୍ରୀ ଭୋଇ ଓ ସଂଘର ସାଧାରଣ ସଂପାଦକ ଶିଶିରକାନ୍ତ ଶତପଥି ମଞ୍ଚାସୀନ ରହିଥିଲେ । ବଲାଙ୍ଗୀର ସାମ୍ବାଦିକମାନେ ଜିଲ୍ଲାର ପ୍ରତ୍ୟେକ ସମାସ୍ୟା ରହିଛନ୍ତି । ନିର୍ଭୀକ ଓ ପ୍ରସଙ୍ଗଭିତ୍ତିକ ସାମ୍ବାଦିକତା ପାଇଁ ବଲାଙ୍ଗୀର ସାମ୍ବାଦିକମାନେ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ପରିବାରର ସମସ୍ତେ ପୂର୍ବରୁ ଏହି ସାମ୍ବାଦିକସଂଘ ସହିତ ସଂମ୍ପର୍କ ରଖିଆସିଛନ୍ତି ଓ ଏବେ ମଧ୍ୟ ସମସ୍ତଙ୍କ ସହିତ ରହିଛନ୍ତି ବୋଲି କଳିକେଶ ତାଙ୍କ ବକ୍ତବ୍ୟରେ କହିଥିଲେ । ମଞ୍ଜୁର ହୋଇଥିବା ୧୫ଲକ୍ଷ ଟଙ୍କାର ଅନୁଦାନରେ ଖୁବ ଅଳ୍ପ ଦିନ ମଧ୍ୟରେ ଉନ୍ନୟନ କାମ ଆରମ୍ଭ ହେବ ବୋଲି ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସଂଘର ବରିଷ୍ଠ ସଦସ୍ୟ ଗୋପବନ୍ଧୁ ଶତପଥି, ନବୀନ ପଶାୟତ, ସୁଧିର ମିଶ୍ର, ଶରତ ମିଶ୍ର, ଆନନ୍ଦ ସାହୁ, ସଂଦୀପ କୁଅଁର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବଳରାମ ମିଶ୍ର, ବୀରେନ୍ଦ୍ର ଝାଙ୍କର, ସୁନିଳ ମହାନ୍ତି, ଦୀପକ ପୁରୋହିତ, ଅଭିନ୍ନ ଆଶୁତୋଷ ଶତପଥି, ତରୁଣ ସାହୁ, ମୋହନ ଅଗ୍ରୱାଲ, ପୱନ ବଂଶଲ, ମହେନ୍ଦ୍ର ପଧାନ, ରାଧାକୃଷ୍ଣ ମିଶ୍ର, ସଚିଦାନନ୍ଦ ବଗର୍ତ୍ତି, ପ୍ରେସକ୍ଲବ ସଭାପତି ଅରୁଣ ମିଶ୍ର, ବରିଷ୍ଠନାଗରିକ ମଞ୍ଚର ସଭାପତି ପ୍ରଭାକର ମିଶ୍ର, ନାଗରିକ କମିଟିର ସଂପାଦକ ମନୋରଂଜନ ସାହୁଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ବିଜେଡିଦଳର ସମସ୍ତ କାଉନସିଲର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।