-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||     

HOME   ଜିଲ୍ଲା

ସିନ୍ଧେକେଲାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜାରିହେଲା ନୁଆ ସମୟ ସାରଣୀ (ନୂଆଖାଇ ପର୍ଯ୍ୟନ୍ତ ବନ୍ଦ ରହିବ ଭାରିଯାନ ଚଳାଚଳ )

11-Sep-2023



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ର ସିନ୍ଧେକେଲା ମୁଖ୍ୟ ସଡ଼କରେ ଭାରିଯାନ ଅହରହ ଚଳାଚଳ ଯୋଗୁଁ ଟ୍ରାଫିକ ସମସ୍ୟା ଦୈନନ୍ଦିନ ଲାଗିରହିଛି । ବିଶେଷ କରି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ କିଛିଦିନ ପୂର୍ବରୁ ଏହି ସମସ୍ୟା ଆହୁରି ଜଟିଳ ହୋଇଥାଏ । ବଲାଙ୍ଗୀର, ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ସୀମାନ୍ତରେ ଥିବା ଯୋଗୁଁ ସୀମାନ୍ତ ଅଞ୍ଚଳର ଆଖପାଖ ଲୋକେ କିଣାବିକା ପାଇଁ ହଜାର ହଜାର ସଂଖ୍ୟାରେ ଆସିଥାନ୍ତି। ସିନ୍ଧେକେଲା ଏକ ଛୋଟିଆ ବ୍ୟବସାୟିକ ପେଣ୍ଠସ୍ଥଲୀ ଥିବାରୁ ଲୋକେ ଏଠାକୁ କିଣାବିକା ପାଇଁ ଆସିଥାନ୍ତି। କିନ୍ତୁ ସ୍ଥିତି ଏପରି ହୋଇଯାଏ ଯେ ମୁଖ୍ୟ ରାସ୍ତା ପାର କରି ଯିବାକୁ ହେଲେ ରାସ୍ତା ଜାମ ଯୋଗୁଁ ଘଣ୍ଟା ଘଣ୍ଟା ସମୟ ଲାଗିଥାଏ । ଏଭଳି ସ୍ଥିତିରେ ସ୍କୁଲ ଛାତ୍ରଛାତ୍ରୀ, ସରକାରୀ ବେସରକାରୀ କାମ, ଡାକ୍ତରଖାନା କୁ ଆସୁଥିବା ରୋଗୀମାନଙ୍କ ସହ ରାସ୍ତାରେ ଜରୁରୀ କାମରେ ଯାତାୟାତ କରୁଥିବା ଲୋକେ ବହୁତ ହଇରାଣ ରେ ପଡ଼ିଥାନ୍ତି । ଏହାକୁ ନଜରରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ବଣିକ ସଙ୍ଘ ପକ୍ଷରୁ କିଛିଦିନ ତଳେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଦୟାମୟ ପାଢୀଙ୍କ ନିକଟରେ ଭାରିଯାନ କୁ ନୂଆଖାଇ ପୂର୍ବରୁ ବନ୍ଦ କରିବା ପାଇଁ ଲିଖିତ ଆବେଦନ କରାଯାଇଥିଲା । ଏହା କୁ ଭିତ୍ତିକରି ଉପ ଜିଲ୍ଲାପାଳ ଆଜି ସେପ୍ଟେମ୍ବର ୧୦ ତାରିଖ ରୁ ୨୦ ତାରିଖ ନୂଆଖାଇ ପର୍ବ ସରିବା ପର୍ଯ୍ୟନ୍ତ ୧୦ ଦିନ ପାଇଁ ସକାଳ ୯ ଘଣ୍ଟା ସମୟରୁ ଅପରାହ୍ନ ୨ଟା ଓ ଅପରାହ୍ନ ୪ଟା ରୁ ରାତି ୮ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ କୁ ବନ୍ଦ ରଖିବା ତଥା ସକାଳ ୯ ଟା ରୁ ରାତ୍ରି ୮ଟା ପର୍ଯ୍ୟନ୍ତ ଦୋକାନ ସମ୍ମୁଖରେ ଭାରିଯାନ ଲୋଡିଂ ଅନ ଲୋଡିଂ ବନ୍ଦ ରଖିବା ପାଇଁ ସିନ୍ଧେକେଲା ପୋଲିସ କୁ ନିର୍ଦ୍ଦେଶ ଦେଇଥିଲେ । ଏଣୁ ନୂଆଖାଇ ପର୍ଯ୍ୟନ୍ତ ବସ ଓ ଆମ୍ବୁଲାନ୍ସ କୁ ଛାଡି ସିନ୍ଧେକେଲାରେ ଭାରିଯାନ ଚଳାଚଳ ବନ୍ଦ ରହିବା ପାଇଁ ପୋଲିସ ପକ୍ଷରୁ ସୂଚନା ମିଳିଛି । ଉକ୍ତ ପଦକ୍ଷେପ କୁ ତୁରନ୍ତ ଗ୍ରହଣ କରିଥିବାରୁ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ଓ ସିନ୍ଧେକେଲା ଥାନା ଅଧିକାରୀ ଙ୍କୁ ଗ୍ରାମବାସୀ ଓ ବଣିକ ସଙ୍ଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026
  ଜିଲ୍ଲା  
ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   08-Oct-2026
  ଜିଲ୍ଲା  
ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   08-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ   08-Oct-2026

You Might Also Like