-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
10-Sep-2023
ତୁଷୁରା (ପଞ୍ଚାନନ ନାଏକ)- ତୁଷୁରା ମାରୱାଡି ମହିଳା ମଣ୍ଡଳ ପକ୍ଷରୁ ରବିବାର ସ୍ଥାନୀୟ ରାଧାରାଣୀ ପଡା ସ୍ଥିତ ରାମାଦେବୀ ବିଜୟ ଭବନ ଠାରେ ନନ୍ଦମହୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଧରାପୃଷ୍ଠରେ ଆସିଥିବାରୁ ତାଙ୍କୁ ସ୍ବାଗତ କରିବା ସହ ପୂଜା ଅର୍ଚ୍ଚନା କରାଯାଇଥିଲା । ଶିଶୁମାନେ ଶ୍ରୀକୃଷ୍ଣ ବେଶରେ ସୁସଜ୍ଜିତ ହୋଇ ଭଗବାନଙ୍କ ବାଲ୍ଯ ଲୀଲା ପରିବେଷଣ କରିଥିବା ବେଳେ ମହିଳା ମାନେ ବିଭିନ୍ନ ମଙ୍ଗଳମୟ ଗୀତଗାନ କରିଥିଲେ । ଭଗବାନ ଶ୍ରୀକୃଷ୍ଣ ଏ ସଂସାରକୁ ଆସି ଅନ୍ୟାୟ ଅତ୍ୟାଚାର ଦୂର କରି ଶାନ୍ତି ସ୍ଥାପନ କରିବେ ଏହି ଆଶା ବିଶ୍ବାସ ରହିଛି, ଏଣୁ ଭଗବାନଙ୍କ ଜନ୍ମ ଦିନକୁ ଏକମାସ ଧରି ପାଳନ କରିଥାଉ ବୋଳି ମଣ୍ଡଳର ବରିଷ୍ଠ ସଦସ୍ଯା ରାମାଦେବୀ ଜୈନ ପ୍ରକାଶ କରିଛନ୍ତି ।