-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
10-Sep-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ବୌଦ୍ଧ ଜିଲ୍ଲା ସୁଣ୍ଡିପଦର ଗ୍ରାମ ପଞ୍ଚାୟତ ଧୁଂଗିଆ ପଦର ଗ୍ରାମର ଶ୍ରମିକ ଶଶିଧର ମହାନନ୍ଦିଆ ସୋନପୁରରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ବେଳେ ଗତ କାଲି ଛାତ ତଳେ ଚାପି ହୋଇ ମରି ଯିବା ଘଟଣା ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଛି ମାତ୍ର ଆଜି ସକାଳ ୧୦ ଟା ଯାଏ ଶବ ବ୍ୟବଚ୍ଛେଦ ହୋଇନି l କିମ୍ବା ଜିଲ୍ଲା ପ୍ରଶାସନ ଓ କୌଣସି ବିଭାଗୀୟ ଅଧିକାରୀ ମୃତକଙ୍କ ପାଖରେ ପହଂଚି ସହାୟତାତ ଦୂର କଥା ଟିକେ ଅଶ୍ୱାସନା ମଧ୍ୟ ଜଣେଇ ପାରିନି ବୋଲି କୋହ ଭରା କଣ୍ଠରେ ଆଜି ମିଡ଼ିଆ ଙ୍କୁ ମୃତକଙ୍କ ପୁତୁରା ପ୍ରତିକ୍ରିୟା ରଖିଛନ୍ତି। କଣ ବୌଦ୍ଧ ଜିଲ୍ଲାର ଶ୍ରମିକ ବୋଲି ଅବହେଳା ନା ଆଉ କଣ ରହସ୍ୟ ଅଛି, ଦୁଇ ଦିନ ଯାଏ ମେଡିକାଲ ରେ ମୃତ ଶବ ପଡି ପଚି ସଢ଼ି ଯାଇଛି ଆଜି l ଯାହା ଜଣା ପଡିଛି ମୃତକଙ୍କ ପରିବାର ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀରେ ଅଡ଼ି ବସିଥିବା ବେଳେ ଘର ମାଲିକ ଓ କିଛି ନେତା ସେମାନଙ୍କ ସହ ମୁଲଚାଲ କରିଵା ରେ ରାତି ହୋଇଛି l ପୂର୍ବତନ ବିଧାୟକ ବିନୋଦ ପାତ୍ର ମଧ୍ୟ ପୌର ପ୍ରଶାସନର ଅବହେଳା ଓ ଦୂର ଦୃଷ୍ଟି ଅଭାବ ଯୋଗୁଁ ଏ ଦୁଃଖଦ ଘଟଣା ଘଟିଥିବା ଗଣ ମାଧ୍ୟମ ରେ ପ୍ରତିକ୍ରିୟା ରଖି ବିଭାଗକୁ ଦୃଢ଼ ନିନ୍ଦା କରିଛନ୍ତି। ସମାଜସେବୀ ସୋରଜ୍ ପ୍ରଧାନ ମଧ୍ୟ ଜିଲ୍ଲା ପ୍ରଶାସନ ର ଅବହେଳା ଓ ମୃତକ ପରିବାର କୁ ସରକାରୀ ସହାୟତା ରାଶି ଘୋଷଣା କରାଯାଉ କହି ଗଣ ମାଧ୍ୟମ ରେ ପ୍ରତିକ୍ରିୟା ରଖିଛନ୍ତି। ଅଲଗା ଜିଲ୍ଲାରୁ ରାଜ୍ୟରୁ ଲୋକ ଆଣି ଭୋଟର ବନାଇଵା ରେ ସହର ବାସୀଙ୍କ ଠୁଁ ବିଭିନ୍ନ ପ୍ରକାର କର ଆଦାୟ କରିବା ରେ ଆମ ପୌର ପରିଷଦ ଅଧିକାରୀ ହିରୋ ହେଲେ ବିପଦ ବେଳେ ସାହା ହେବାରେ ଜିରୋ ବୋଲି ମଧ୍ୟ ସହର ର ବୁଦ୍ଧିଜୀବୀ ମତ ଦେଇଛନ୍ତି l