-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2023
----------------------------------------------
ସମ୍ବଲପୁର (ମେଘପାଳ):ଯୁଯୋମୁରା ବ୍ଲକ୍ ମେଘପାଳ ପଞ୍ଚାୟତରେ ଗତକାଲି ମେଘପାଳ କୃଷି ସମବାୟ ସମିତି ଲିଃ ଉଦଘାଟିତ ହୋଇଛି। ସରପଞ୍ଚ୍ ମମତା ପ୍ରଧାନ ଫିତା କାଟି ଏହାକୁ ଉଦଘାଟନ କରିଥିବା ବେଳେ ସିମିତି ସଭ୍ୟା ଲିଲିମା ଧୁରୁଆ,ସମବାୟ ସଂପାଦକ ସୁନିଲ କୁମାର ପ୍ରଧାନ,ମାନଧାତା ଲୁହା,ତରୁଣ ବେହେରା,ପବିତ୍ର ମିର୍ଦ୍ଧା,ଦେବେନ୍ଦ୍ର ସାହୁ,ବୁଲା ପ୍ରଧାନ,ରାଜକିଶୋର ମିର୍ଦ୍ଧା ପ୍ରମୂଖ ଚାଷୀ ଉପସ୍ଥିତ ରହିଥିଲେ। ଛାମୁଣ୍ଡା ଓ ମେଘପାଳ ଏହି ୨ ପଞ୍ଚାୟତ ଏହି ସମବାୟ ଅଧିନରେ କାମ କରିବ ଓ ଉଭୟ ପଞ୍ଚାୟତର ଚାଷୀ ମାନେ ଏହି ସମବାୟ ସମିତି ଦ୍ୱାରା ଉପକୃତ ହୋଇପାରିବେ ବୋଲି ନବ ନିଯୁକ୍ତ ସଂପାଦକ ସୁନିଲ କୁମାର ପ୍ରଧାନ କହିଛନ୍ତି।
ସମ୍ବଲପୁର ରୁ ସଂଜୀବପାଣିଗ୍ରାହୀ ସାମ୍ବାଦିକ