-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ବିଭାଗୀୟ ଟାଳଟୁଳ ନୀତି ପ୍ରତିବାଦରେ ଛୁଟିରେ ରହିଲେ କୃଷି ବିଭାଗ ର ସମସ୍ତ ଅଧିକାରୀ

01-Sep-2023



ବରଗଡ: କ୍ୟାଡ଼ର ପୁନଃବିନ୍ୟାସ ର ଦୀର୍ଘ ଦିନ ଧରି ପ୍ରଚେଷ୍ଟା ଏବଂ ଅନୁରୋଧ ସତ୍ତ୍ୱେ ବିଭାଗ ତରଫରୁ କୌଣସି ନ୍ୟାୟୋଚିତ ପଦକ୍ଷେପ ପରିଲକ୍ଷିତ ନ ହେବାରୁ ଅଗଷ୍ଟ ୩୧ ତାରିଖରୁ ଅନିର୍ଦ୍ଦଷ୍ଟ କାଳ ପାଇଁ ସମୂହ ଛୁଟି ରେ ଯାଇଛନ୍ତି କୃଷି ବିଭାଗର ସମସ୍ତ ଅଧିକାରୀ ।ସୂଚନା ଯୋଗ୍ୟ ଯେ, କୃଷି ସେବା ସଂଘ ଦୀର୍ଘ ଦିନ ଧରି କ୍ୟାଡର ର ପୁନର୍ବିନ୍ୟାସ ସମ୍ବନ୍ଧରେ ନିରନ୍ତର ସରକାରଙ୍କ ସହାୟତା ଲୋଡ଼ି ଆସିଛି ଏବଂ ସମୟାନୁସାରେ ସରକାରଙ୍କ ଦ୍ଵାରା ମଗା ଯାଇଥିବା ସମସ୍ତ ତଥ୍ୟାବଳୀ ଦେବା ସହ ରାଷ୍ଟ୍ରୀୟ କୃଷି ସଂପ୍ରସାରଣ ଓ ପ୍ରବନ୍ଧନ ସଂସ୍ଥାନ (MANAGE) ଦ୍ଵାରା ସୁପାରିଶ କରାଯାଇଥିବା ପୁନର୍ବିନ୍ୟାସ ଦସ୍ତାବିଜ ସମ୍ବନ୍ଧୀୟ ଆଲୋଚନା ଉଚ୍ଚ ସ୍ତରୀୟ ଅଧିକାରୀ ତଥା ମାନ୍ୟବର କୃଷି ମନ୍ତ୍ରୀ ଙ୍କ ସହ କରି ଆସିଛି । କିନ୍ତୁ ପରିଲକ୍ଷିତ ହୋଇଛି ଯେ ମାନ୍ୟବର କୃଷି ମନ୍ତ୍ରୀ ଙ୍କ ଆଲୋଚନା ପରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପଦକ୍ଷେପ ନିଆ ଯିବାର ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହେଇ ରହିଯାଇଛି । ଏହି ସଂକ୍ରାନ୍ତ ରେ କୃଷି ସେବା ସଂଘ ନିଜର ସାମୂହିକ ଛୁଟିର ନିଷ୍ପତ୍ତି କୁ ଅଗଷ୍ଟ ୮ ରୁ ସ୍ଥଗିତ କରିଥିଲା କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଅଗ୍ରଗତି ନ ହେବା ଯୋଗୁଁ ଦୁଃଖିତ ହୋଇ ସଂଘ ଏହି ଭଳି କଷ୍ଟକର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛି । ଏହି ସଂକ୍ରାନ୍ତ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଘ ଅଗଷ୍ଟ ୧୬ ତାରିଖରୁ ସମସ୍ତ ଜିଲ୍ଲା ର ଜିଲ୍ଲାପାଳଙ୍କ ଦ୍ୱାରା ଦାବୀପତ୍ର ମଧ୍ୟ ପ୍ରଦାନ କରିଥିଲା । ପରବର୍ତ୍ତୀ ସମୟରେ ୩୧ ତାରିଖ ରୁ ଓଡ଼ିଶା କୃଷି ସେବା ସଂଘ ର ସବୁ ଅଧିକାରୀ ମାନେ ସାମୁହିକ ଛୁଟି ରେ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ।ପଦ୍ମପୁର ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ଅଧୀନରେ ଥିବା ପଦ୍ମପୁର, ଝାରବନ୍ଧ, ପାଇକମାଲ ବ୍ଲକ କୃଷି ଅଧିକାରୀ ଏବଂ ସହକାରୀ କୃଷି ଅଧିକାରୀ ମାନେ ଓଡ଼ିଶା କୃଷି ସେବା ସଂଘ ର ନିଷ୍ପତ୍ତି କୁ ସମର୍ଥନ ଜଣାଇଛନ୍ତି ଏବଂ ପଦ୍ମପୁର ଜିଲ୍ଲା କୃଷି ଅଧିକାରୀଙ୍କ

କାର୍ଯ୍ୟାଳୟରେ ସାମୁହିକ ଛୁଟି ନେଇ ନିରବ ପ୍ରତିବାଦ ରେ ବସିଛନ୍ତି।ଅପର ପକ୍ଷରେ କୃଷି କ୍ଷେତ୍ର ରେ ଏହିଭଳି ଘଡିସନ୍ଧି ମୁହୂର୍ତ୍ତ ରେ କୃଷି କାର୍ଯ୍ୟ ଯଥା ରୋଗପୋକ ନିୟନ୍ତ୍ରଣ, ସାର ବିହନ ର ସୁବିଧା ଏବଂ ସରକାରୀ ସୁବିଧା ସୁଯୋଗ ଅଭାବ କୃଷି ଅଧିକାରୀଙ୍କ କାର୍ଯ୍ୟବନ୍ଦ ଡାକରା ଦ୍ୱାରା ବିପର୍ଯ୍ୟୟ ଶିକାର ହେବାର ଆଶଙ୍କା ଯୋଗୁଁ ରାଜ୍ୟର କୃଷକ ସମାଜ ମଧ୍ୟରେ ଏକ ପ୍ରକାର ର ଭୟ ବସା ବାନ୍ଧି ରହିଛି । ଯଥାଶୀଘ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ବିଭାଗୀୟ ଅଧିକାରୀଙ୍କ ପ୍ରତି ନ୍ୟାୟୋଚିତ ସହାନୁଭୂତି ନିମନ୍ତେ ଉଭୟ କୃଷି ସେବା ସଂଘ ଏବଂ କୃଷକ ସମାଜ ଆଗ୍ରହ ପ୍ରକାଶ କରିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like