-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୩ୟ ପ୍ରତିଷ୍ଠାଦିବସ.. ଆରଜେୟୁକୁ ଶିକ୍ଷାର ଉତ୍କର୍ଷକେନ୍ଦ୍ର ନିର୍ମାଣ ପାଇଁ ଯୋଜନାପ୍ରସ୍ତୁତ ହେବ-ଉଚ୍ଚଶିକ୍ଷାସଚିବ

01-Sep-2023



ବଲାଙ୍ଗୀର-ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଶିକ୍ଷାର ଏକ ଉତ୍କର୍ଷକେନ୍ଦ୍ର କରିବାକୁ ଯୋଜନା ପ୍ରସ୍ତୁତ ହେବ । ସେଥିରେ ବିଶ୍ୱବବିଦ୍ୟାଳୟ କତ୍ତୃପକ୍ଷ,ଆଲୁମ୍ନିଏସୋସିଏସନ,ଛାତ୍ରସଂସଦ ଓ ସର୍ବୋପରୀ ଜନସାଧାରଣଙ୍କର ମଧ୍ୟ ଦାୟିତ୍ୱ ରହିଛି । ଏଠାରେ ଶିକ୍ଷା ସାଙ୍ଗକୁ ଗବେଷଣା କରାଯିବ । ତେଣୁ ସମସ୍ତଙ୍କ ମିଳିତ ପ୍ରୟାସରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ କେନ୍ଦ୍ର କରାଯିବ ବୋଲି ଆଜି ସେପଟେମ୍ବର ୧ ତାରିଖରେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୩ୟ ପ୍ରତିଷ୍ଠାଦିବସରେ ମୁଖ୍ୟଅତିଥି ଭାବରେ ଯୋଗଚଦେଇଥିବା ଉଚ୍ଚଶିକ୍ଷାବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ କହିଛନ୍ତି । ସେ କହିଛନ୍ତି ଯେ, ଏହି ବିଶ୍ୱବିଦ୍ୟାଳୟ ହେବାର ଘୋଷଣା ହେବା ପରେ ପରେ  କୋଭିଡ ମହାମାରୀ ଆରମ୍ଭ ହୋଇଯାଇଥିଲା । ତ୍ସେଥିରୁ ମୁକୁଳିବାକୁ କିଛି ସମୟ ଲାଗିଲା । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମୀ ନିର୍ମାଣ ପାଇଁ କିଛି ଅନୁଦାନ ଆସିଛି । କିଛି ବିଭାଗର ଅଧ୍ୟାପକ ନିଯୁକ୍ତ ହୋଇଛନ୍ତି । ଆଗକୁ ଆହୁରି ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ୫ଟି ଅଧିନରେ ନିଆଯାଉଥିବା ମହାବିଦ୍ୟାଳୟ ଗୁଡିକର ଭିତ୍ତିଭୂମୀ ନିର୍ମାଣ ସହଜରେ ହେଉଛି । ମହାବିଦ୍ୟାଳୟମାନଙ୍କରେ ମଧ୍ୟ ଭିତ୍ତିଭୂମୀର ଆବଶ୍ୟକତା ରହିଛି । ତେଣୁ ରାଜ୍ୟସରକାର ସେ ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି ।  ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ୱ ଓ ଛାତ୍ର ସାଇବିନାୟକ ମିଶ୍ର/ପ୍ରୀୟା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଷ୍ଠାଦିବସ ଉତ୍ସବରେ

ମୁଖ୍ୟଅତିଥି ଭାବରେ ଉଚ୍ଚଶିକ୍ଷାସଚିବ ଅରବିନ୍ଦ ଅଗ୍ରୱାଲ,ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିଦ ପ୍ରଫେସର ମଧୁସୁଦନ ପତି,ସମ୍ମାନୀତ ଅତିଥି ଭାବରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଯୁଧିଷ୍ଠିର ନାଏକ,ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ରାଜକିଶୋର ପାତ୍ର ଯୋଗଦେଇଥିଲେ । ପ୍ରଫେସର ପତି ତାଙ୍କ ବକ୍ତବ୍ୟରେ ସମାଜଗଠନ ପାଇଁ ଶିକ୍ଷାଅନୁକୂଳ ଏକ ସୁସ୍ଥ ପରିବେଶର ଆବଶ୍ୟକତା ଥାଏ । ପୂର୍ବକାଳରୁ ଯେତେସବୁ ଉନ୍ନତ ଅଞ୍ଚଳ ଥିଲା ସେ ସବୁର ମୁଳରେ ଉନ୍ନତ ଶୈକ୍ଷିକ ପରିବେଶ ହିଁ ଦାୟୀ । ତେଣୁ ଆଜି ଆମ ସମସ୍ତଙ୍କ ଦାୟୀତ୍ୱ ରହିଛି ସେଭଳି ଏକ ଉନ୍ନତ ପରିବେଶ ଯୋଗାଇ ଦେଇ ଆଗାମୀ ଭବିଷ୍ୟତ ପାଇଁ ଉଦାହରଣ ସାଜିବା ବୋଲି ପ୍ରଫେସର ପତି କହିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ତାଙ୍କ ବକ୍ତବ୍ୟରେ ରାଜେନ୍ଦ୍ରକଲେଜର ପ୍ରତିଷ୍ଠାତା ମହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓ ଓ ତାଙ୍କର ପରାମର୍ଶଦାତା ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥଙ୍କୁ ମନେପକାଇଥିଲେ । ସେହିପରି ବିଶ୍ୱବବିଦ୍ୟାଳୟର ଆବଶ୍ୟକ ଭିତ୍ତିଭୂମୀ ଓ କର୍ମଚାରୀ ସମସ୍ୟା ବିଷୟରେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।  ଏହି ଅବସରରେ ଗାଲ୍ପିକା ଗାୟିତ୍ରୀ ସରାଫଙ୍କ ଅନୁଦାନରେ ପ୍ରଥମକରି ଆରମ୍ଭ ହୋଇଥିବା ଯୁବସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଯୁବଲେଖକ ଡ.ଦିଲିପ ବେହେରାଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରଥମ ଯୁବସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ପ୍ରତାପ ଦାସ ସହ ଯୋଗ କରିଥିବା ବେଳେ ଶେଷରେ ପରିକ୍ଷା ନିୟନ୍ତ୍ରକ ଅକ୍ଷୟକୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସିଣ୍ଡିକେଟମେମ୍ବର,ଆଲୁମ୍ନି ଏସୋସିଏସନର କର୍ମକର୍ତ୍ତା,ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସମ୍ବଲପୁର ଆଞ୍ଚଳିକ ନିର୍ଦ୍ଦେଶୀକା ଆରତୀ ଗୁରୁ,ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ବିଘ୍ନେଶ ମିଶ୍ର,ଶିକ୍ଷାବିଦ ପ୍ରାଣବନ୍ଧୁ ନାୟକ,ଡ.ଅଭିମନ୍ୟୁ ମିଶ୍ର,ସତ୍ୟବନ୍ତ ବେଦବାକ,ଆଲୁମ୍ନି ଏସୋସିଏସନର ସଭାପତି ପ୍ରଭାସ ପାଣିଗ୍ରାହୀ,ନାଗରିକ କମିଟିର ସଭାପତି ଇଂ.ବେଲାରସେନ ଭୋଇ,ଗାଲ୍ପିକା ଗାୟିତ୍ରୀ ସରାଫ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like