-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
12-Aug-2023
ବରଗଡ:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ, ଥୁଆପାଲିର ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ମିଳିତ ସହଯୋଗରେ ଲାୟନ୍ସ କ୍ଲବ ଠାରେ ବିଶ୍ଵ ଯୁବଦିବସ ଉପଲକ୍ଷେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ୧୫ଜଣ ନୂତନ ରକ୍ତଦାତା, ୭ଜଣ ମହିଳା ସମେତ ୬୫ ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ସମୟରେ ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ର ଡାଃ ସୁବିଆ, କରୁଣାକର ସାହୁ, ଲାଲୁ ବିଶ୍ଵାଳ, ଗଣେଶ ପ୍ରଧାନ, ପାଏନୁ ଭୋଇ ଓ ସଂଜୀବ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଏହି ସମୟରେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ଅମିୟ କୁମାର ମେହେର ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସମସ୍ତ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ଲାୟନ୍ସ କ୍ଲବର ସମ୍ପାଦକ ଲାୟନ୍ସ ଶିଶିର କୁମାର ଭୋଇ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।