-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
11-Aug-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ଆଜି ପଟାଭାଡି କୋଲପଡା ଗୋଶାଳା ରେ ଆଜି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହୋଇଯାଇଛି। ସାମାଜିକ ସଂଗଠନ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଆରକ୍ଷୀ ଅଧିକ୍ଷକ
ଅମରେଶ ପଣ୍ଡା, ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମାଙ୍କ ସହ ଚାଟେର୍ଡ ଆକାଉଣ୍ଟେଣ୍ଟ ସତେନ୍ଦ୍ର ପlଢ଼ି, ଯୁବ ସଂଗଠକ ଅରବିନ୍ଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଗୋଶାଳା ଚାରି ପଟେ ବିଭିନ୍ନ ପ୍ରକାରର ବୃକ୍ଷ ସବୁ ରୋପଣ କରାଯାଇଛି । ବିଶେଷକରି ଖରା ଦିନରେ ଗାଈ ମାନେ ଖୋଲା ସ୍ଥାନ ରେ ରହି ପୂର୍ବ ରୁ ଅନେକ ମୃତ୍ୟୁ ବରଣ କରିଥିବାରୁ ଏହାକୁ ଦୃଷ୍ଟିରେ ରଖି ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରା ଯାଇଥିବା ଆୟୋଜୋକ ମାନେ କହିଛନ୍ତି।