-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
01-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ବଳାଙ୍ଗିର ଜିଲ୍ଲା ଅଗାଲପୁର ଥାନା ଅର୍ନ୍ତଗତ ପଣ୍ଡକିଯାଲ ଗ୍ରାମରେ ଏକ ଅଘଟଣ ଘଟିଛି । ଚାଷ ଜମିରେ ଟ୍ରାକ୍ଟର ଓଲଟି ପଡିବା ଫଳରେ ଟ୍ରାକ୍ଟର ଚାଳକ ର ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ସୁନୀଲ ମଟାରୀ
(୧୯) । ସୂଚନା ଅନୁସରେ ପଣ୍ଡକିଟାଲ ଗ୍ରାମର ଚାଷ ଜମିରେ ତଳି ରୁଆ କାର୍ଯ୍ୟ ଚାଲିଥିଲା । ଟ୍ରାକ୍ଟର ରେ ଜମି କାଦୁଅ କରିବାକୁ ସୁନୀଲ ଟ୍ରାକ୍ଟର ନେଇ ଆସିଥିଲେ । ଏହି ସମୟରେ
କୌଣସି କାରଣବଶତଃ ଟ୍ରାକ୍ଟର ଟି ଓଲଟି ପଡିଥିଲା । ଗାଡିତଳେ ଚାପି ହୋଇ ରହିଯାଇଥିଲେ ସୁନୀଲ । ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ।