-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
01-Aug-2023
ଟିଟିଲାଗଡ(ସନ୍ତୋଷ କୁମାର ନାଏକ ): ବଲାଙ୍ଗୀର ଜିଲ୍ଲାର ଏକ ଜଣାଶୁଣା ମହାବିଦ୍ୟାଳୟ ଭିତରେ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଅନ୍ୟତମ। ସୋମବାର ଦିନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ମେଜର ଡ ମଧୁସୂଦନ ମିଶ୍ର ଅବସର ନେବା ପରେ ଡ .ଶ୍ରୀ ପ୍ରଣବ ପୁରୋହିତଙ୍କୁ ଏହି ଦାୟିତ୍ୱ ମିଳିଛି। ଏହି ଅବସରରେ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା, ଷ୍ଟାଫ ତାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ସ୍ବାଗତ କରିଥିଲେଡ l ଶ୍ରୀ ପୁରୋହିତ ପୁର୍ବରୁ +2 ର ଅଧ୍ୟକ୍ଷ ଦାୟିତ୍ଵ ତୁଲାଉଥିଲେ। ସେ ଜଣେ ବିଜ୍ଞାନ ବିଭାଗର ଭଲ ଅଧ୍ୟାପକ ହେବା ସହ ତାଙ୍କର ଉତ୍ତମ ଶିକ୍ଷାଦାନ ଦ୍ବାରା ବହୁତ ଛାତ୍ରଛାତ୍ରୀ ଆଜି ଭଲ ଭଲ ସ୍ଥାନରେ ଚାକିରି କରି ନିଜର ଜୀବିକା ନିର୍ବାହ କରୁଛନ୍ତି। ଶ୍ରୀ ପୁରୋହିତ ଅଧ୍ୟକ୍ଷ ଦାୟିତ୍ଵ ନେବା ଜାଣିବା ପରେ ସହରର ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ, ଶିକ୍ଷାବିତ, ବୁଦ୍ଧିଜୀବୀ ମାନେ ଶୁଭେଚ୍ଛା ଜଣାଇବା ସହ ଆଗକୁ ମହାବିଦ୍ୟାଳୟର ବିକାଶ ନିମନ୍ତେ ନିଶ୍ଚିତ କାର୍ଯ୍ୟ କରିବେ ବୋଲି ଆଶା ବାନ୍ଧିଛନ୍ତି। ଡିଏଭି ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ କିପରି ଭଲ ଶିକ୍ଷା ଗ୍ରହଣ କରିବେ, କ୍ରୀଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କିପରି ସେମାନଙ୍କର ବିକାଶ ହେବ ସେ ଦିଗରେ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।