-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
01-Aug-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ୪୬ ନମ୍ବର ସ୍ଥାନରେ ସୋନପୁର ସହରର ସୁନା ଝିଅ ତୁଳସୀ ମେହେର ଓ ମୌସୁମୀ ପାତ୍ର 314 ନମ୍ବର ସ୍ଥାନ ରଖି ସୁବର୍ଣ୍ଣପୁର ଜିଲ୍ଲା କୁ ଗୌରବ ଆଣି ଦେଇଛନ୍ତି। ଏହି ସଫଳତା ନେଇ ତାଙ୍କର ପରିବାରବର୍ଗ ଙ୍କୁ ଶୁଭେଚ୍ଛା ସୁଅ ଛୁଟିଛି। ସୋନପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ତୁଳସୀ ଦଶମ ଶ୍ରେଣୀ ୯୦ ପ୍ରତିଶତ ମାର୍କ ରଖି ଉର୍ତ୍ତିର୍ଣ୍ଣ ହୋଇଥିଲେ।ବଲାଙ୍ଗୀର ଯୁବ ଦୟ କଲେଜ ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ରେ ସେ ୯୧ ପ୍ରତିଶତ ମାର୍କ ରଖି ବଲାଙ୍ଗୀର ଜିଲ୍ଲା ଟପ୍ପର ସ୍ଥାନ ଅଧିକାର କରିଥିଲେ । ରାଉରକେଲା ସ୍ଥିତ ଏନଆଇଟିରେ କେମିକାଲ ବିଭାଗ ଇଂଜିନିୟରିଂରେ ପାସ କରି ତୁଳସୀ ମେହେର ଜଣେ ମେଧାବୀ ଛାତ୍ରୀ ଭାବରେ ପ୍ରତିପାଦିତ କରିଥିଲେ। ଜନସେବା ଲକ୍ଷ୍ୟ କରି ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପ୍ରସ୍ତୁତି ପାଇଁ ଦିନ କୁ ୮/୯ ଘଣ୍ଟା ପରିଶ୍ରମ କରିଛନ୍ତି। ଆମ ଯୌଥ ପରିବାର ହେଲେ ମଧ୍ୟ କଠିନ ପରିଶ୍ରମ ପାଇଁ ତୁଳସୀ ସଫଳତା ମିଳିଛି ବୋଲି ବାପା ଖଡି ଭୂଷଣ ମେହେର , ମା ଅମ୍ବିକା ମେହେର, ଖୁଡି ଜ୍ୟୋସ୍ନା ମେହେର କହିଛନ୍ତି। ଏହି ସଫଳତା ପାଇଁ ଭାଇ ଚନ୍ଦ୍ରନ ମେହେର, ବାପା, ମାଆ ସହ ଭଗବାନଙ୍କୁ ଶ୍ରେୟ ଦେଇଛନ୍ତି ତୁଳସୀ ମେହେର ।
ସେହିପରି ସୋନପୁର ସହରର ମୌସୁମୀ ପାତ୍ର ଓଡ଼ିଶା ସିଭିଲ
ସର୍ଭିସ ପରୀକ୍ଷାରେ ୩୧୪ନମ୍ବର ସ୍ଥାନ ରଖି ଗୌରବ ଆଣି ଦେଇଛନ୍ତି। ସୋନପୁର ବାଳିକା ହାଇସ୍କୁଲ ଦଶମ ଶ୍ରେଣୀ ଓ ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଏକ ମେଧାବୀ ଛାତ୍ରୀ ଭାବରେ ପରିଚିତ ହୋଇଥିଲେ।ପରବର୍ତ୍ତୀ ସମୟରେ ଭୁବନେଶ୍ଵରସ୍ଥିତ ମିଟସ (miits) ସ୍କୁଲ ଅଫ ବାଇ ଟେକୋନଲୋଜିରେ ବିଏସ ସି ଏବଂ ଏମଏ ସି ଡିଗ୍ରୀ ହାସଲ କରିଛନ୍ତି। ଏବେ କିଟସ (Kitts ) କଲେଜରେ ସିନିୟର ଲେବ୍ରୋଟେରୀ ଟ୍ରେକିସିଏନ ଭାବରେ କାର୍ଯ୍ୟରତ ଅଛନ୍ତି। ପ୍ରତିଦିନ ୮/୯ ଘଣ୍ଟା ପରିଶ୍ରମ କରନ୍ତି ବୋଲି ବାପା ସଦାନନ୍ଦ ପାତ୍ର ସହ ମା ଉମା ପାତ୍ର କହିଛନ୍ତି। ମେଧାବୀ ଛାତ୍ରୀ ମୌସୁମୀ ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଝିଆରୀ ଅଟନ୍ତି l ଏ ନେଇ ଆଜି ସ୍ୱଚ୍ଛ ଭାରତ ପରିବାର ଓ ବିଜୁ ପଟ୍ଟନାୟକ ମହିଳା କଲେଜ ପକ୍ଷ ରୁ ମିସ ପାତ୍ର ଙ୍କୁ ଶୁଭେଚ୍ଛା ଜ୍ଞାପନ ଓ ସଫଳତା କାମନା କରାଯାଇଛି l