-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
01-Aug-2023
ବୋଡ଼େନ(ବୋଲେଶ୍ଵର ବାଗ ): ପ୍ରକୃତିର ଋତୁ ପରିବର୍ତ୍ତନ ଯେମିତି ଗୋଟିଏ ପରେ ଗୋଟିଏ ନିଜ କାରୁକାର୍ଯ୍ୟକୁ ନେଇ ପୃଥିବୀ ପୃଷ୍ଠରେ ଉଭା ହୋଇ ନିଜ ନିଜ ଖେଳ ଖେଳି ଚାଲିଯାନ୍ତି।ଜଣେ ଆର ଜଣକୁ ବିଦାୟ ଦେବା ସେମାନଙ୍କ ପାଇଁ ସମୟ ସାରଣୀ ହୋଇଯାଇଛି ।ଠିକ୍ ସେହିପରି ସରକାରୀ ଚାକିରି କରୁଥିବା କର୍ମଚାରୀ ମଧ୍ୟ କୌଣସି ଏକ ସ୍ଥାନରେ ନ ରହି ଅନ୍ୟତ୍ର ବଦଳି ହୋଇଥାନ୍ତି ।
ବୋଡ଼େନ ବ୍ଲକ ନିର୍ବାହୀ ଯନ୍ତ୍ରୀ ପଦରେ ସନ୍ତୋଷ କୁମାର ପାତ୍ର
ଅଗଷ୍ଟ ୨୦୨୧ ମସିହାରେ ଯୋଗଦାନ କରି ପ୍ରାୟ ଦୁଇ ବର୍ଷ କାଳ ରହି ଆଜି ବିଦାୟ ନେଇଛନ୍ତି ।ବୋଡ଼େନ ବ୍ଲକ ବି ଡି ଓ
ପ୍ରିୟ ରଂଜନ କୁମାରଙ୍କ ନେତୃତ୍ୱରେ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇଥିଲା ।ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ,କନିଷ୍ଠ ଯନ୍ତ୍ରୀ ପରିଡ଼ା ବାବୁ,ସି ପି ସରୋଜ କୁମାର ପ୍ରଧାନ, ବଡ଼ବାବୁ , ସମସ୍ତ ପି ଇ ଓ,ସମସ୍ତ ଜି ଆର୍ ଏସ,ବି ପି ଏମ ଖଗେଶ୍ବର ମେହେର ଓ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ରଙ୍କୁ ଉପଢୋକନ ସହ ପୁଷ୍ପଗୁଛ ପ୍ରଦାନ କରି ବିଦାୟ ଜଣାଇଥିଲେ