-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||     

HOME   ଜିଲ୍ଲା

ବ୍ୟାସକବି ସାହିତ୍ୟ ସଂସଦର ବର୍ଷା କବିତା ଆସର ଅନୁଷ୍ଠିତ

31-Jul-2023



ଗୋଡିଶୂଳ/ନୀଳଗିରି:- ବ୍ୟାସକବି ସାହିତ୍ୟ ସଂସଦ, ଗୋଡିଶୂଳ, ନୀଳଗିରି, ବାଲେଶ୍ଵର ଆନୁକୁଲ୍ୟରେ ଶୂନ୍ୟ ପଥ ସଂଯୋଗୀକରଣ ମାଧ୍ୟମରେ ବର୍ଷା କବିତା ଆସର ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କବି ଯଚିନ୍ଦ୍ର ସ୍ୱାଇଁ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସଭାପତି କବି ବିପିନ ବିହାରୀ ବାରିକ ସଭାପତିତ୍ଵ କରିଥିଲେ। ବିଶିଷ୍ଟ ସାହିତ୍ୟିକ, କବି, ଗବେଷକ ଡଃ ପ୍ରଦୀପ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫକୀର ମୋହନଙ୍କ ଓଡ଼ିଆ ସାହିତ୍ୟକୁ ଅବଦାନ ବିଷୟରେ ଆଲୋଚନା କରିଥିଲେ। ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଦୁର୍ଗୁଣ ପରିହାର କରି  ସୁଗୁଣର ଅଧିକାରୀ ହୋଇ ଓଡିଆ ଭାଷା ସାହିତ୍ୟରେ କାର୍ଯ୍ୟକାରି କରିବାକୁ ଆହ୍ଵାନ ଦେଇଥିଲେ। ବର୍ଷା ଓ ବନ ମହୋତ୍ସବ ଶୀର୍ଷକକୁ ନେଇ ଅନୁଷ୍ଠିତ ହୋଇଥିବା ବର୍ଷା କବିତା ଆସର ଟି ଅତ୍ୟନ୍ତ ଉଚ୍ଚ କୋଟୀର ଥିଲା। ସଭାପତି ଓମ୍'କାର ଉଚ୍ଚାରଣ କରି ସଭା ଆରମ୍ଭ କରିଥିଲେ। କବୟିତ୍ରୀ ସବିତା ତ୍ରିପାଠୀ ବିଭୁ ବନ୍ଦନା କରିଥିଲେ। ସଂଗଠନ ସମ୍ପାଦକ ଜ୍ଞାନେନ୍ଦ୍ର ଭୋଇ ଅତିଥି ପରିଚୟ ପ୍ରଦାନ କରି ସମ୍ପୂର୍ଣ୍ଣ ଆସରଟିକୁ ଅତି ଚମତ୍କାର ଢଙ୍ଗରେ ସଂଯୋଜନା କରିଥିଲେ। ଅନୁଷ୍ଠାନର ରାଜ୍ଯ ସଂଯୋଜକ କବି ପ୍ରଦୀପ ସରକାର ଧନ୍ୟବାଦ ଅର୍ପଣ କରିଥିଲେ ଓ କାର୍ଯ୍ୟକାରୀ ସଂପାଦିକା ସଙ୍ଗୀତା ବାରିକ ଶାନ୍ତି ପାଠ କରିଥିଲେ। ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ସୋମନାଥ ନାୟକ, ଚନ୍ଦ୍ର ଶେଖର ଶବର, ବାବାଜୀ ଚରଣ ଦାସ,ରାଜ୍ଯ ଉପ ସଭାପତି ଗୋଦାବରୀଶ ଦାସ, ମହିଳା ସମ୍ପାଦିକା ସରସ୍ଵତୀ ବାରିକ ଆଦି ଯୋଗ

ଦେଇଥିଲେ। ବର୍ଷା ଓ ବନ ମହୋତ୍ସବର ଉପାଦେୟତାକୁ ପାଥେୟ କରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୨ ଜଣ କବି କବୟିତ୍ରୀ କବିତା ପାଠ କରିଥିଲେ।ବାଲେଶ୍ୱରରୁ କବି ଯଚିନ୍ଦ୍ର ସ୍ୱାଇଁ, ବିପିନ ବିହାରୀ ବାରିକ, ବିଜୟ କୁମାର ମହାନ୍ତି, କବୟିତ୍ରୀ ସଙ୍ଗୀତା ବାରିକ, ମାଲକାନଗିରି ଜିଲ୍ଲାରୁ କବି ପ୍ରଦୀପ ସରକାର, ଦୀପକ କୁମାର ବଳ, କବୟିତ୍ରୀ ସବିତା ତ୍ରିପାଠୀ, ସୌଦାମିନୀ ଭୂୟାଁ, ବରଗଡ଼ରୁ କବୟିତ୍ରୀ ମନ୍ଦାକିନୀ ପାଢୀ, ନବରଙ୍ଗପୁରରୁ କବୟିତ୍ରୀ ବାସନ୍ତୀ ଜେନା, ଗଞ୍ଜାମ ଜିଲ୍ଲାରୁ କବି ବିଦ୍ୟାଧର ମନ୍ତ୍ରୀ, ଭଦ୍ରକ ଜିଲ୍ଲାରୁ କବି ରାଖାଲ ଚନ୍ଦ୍ର ସ୍ଵାଇଁ,କବୟିତ୍ରୀ ସରସ୍ଵତୀ ବାରିକ, ମଦନ ମୋହନ ମହାକୁଡ଼, ଭୁବନେଶ୍ବରରୁ କବି କାହ୍ନୁ ଚରଣ ପାଣିଗ୍ରାହୀ, ଅନୁଗୁଳ ଜିଲ୍ଲାରୁ କବି ପ୍ରଫୁଲ୍ଲ କୁମାର ପ୍ରଧାନ, ବଲାଙ୍ଗୀରରୁ କବି ସତ୍ୟନାରାୟଣ ମିଶ୍ର, ଟିକି ମଲ୍ଲିକ, କଳାହାଣ୍ଡି ରୁ କବି ଜ୍ଞାନେନ୍ଦ୍ର ଭୋଇ, ଅରୁଣ କୁମାର ପଧାନୀ, କଟକରୁ କବି ଚିତ୍ତ ରଞ୍ଜନ ମହାପାତ୍ର, ମୁମ୍ବାଇ ରୁ କବି ଶ୍ରୀକାନ୍ତ ଘଡାଇ, ଜଗତସିଂପୁରରୁ କବୟିତ୍ରୀ ରଞ୍ଜିତା ସାହୁ, ଗଜପତି ଜିଲ୍ଲାରୁ କବି ଘନଶ୍ୟାମ ଜେନା, ନୟାଗଡ଼ରୁ କବି ଗୋଦାବରୀଶ ଦାସ, କବୟତ୍ରୀ ଜୟନ୍ତୀ ଚୌଧୁରୀ ପ୍ରମୁଖ କବିତା ପାଠ କରିଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026
  ଜିଲ୍ଲା  
ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   30-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   30-Sep-2026
  ଜିଲ୍ଲା  
"ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   30-Sep-2026
  ରାଜ୍ୟ  
ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ   30-Sep-2026
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026

You Might Also Like