-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
29-Jul-2023
ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗିର ରେଲୱେ ଷ୍ଟେସନ ଅଞ୍ଚଳରେ ଏଣେତେଣେ ବୁଲୁଥିବା ଅବସ୍ଥାରେ ପାଖାପାଖି ୫୦ ବର୍ଷୀୟା ଜଣେ ଅସହାୟ ବୃଦ୍ଧା ମହିଳାଙ୍କୁ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଉଦ୍ଧାର କରି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଗତ ମାସରେ ଭର୍ତ୍ତି କରିଥିଲେ। ତାଙ୍କୁ ପ୍ରଥମେ ମେଡିସିନ ୱାର୍ଡ ଓ ପରେ ଡାଇରିଆ ୱାର୍ଡରେ ଭର୍ତ୍ତି କରାଯାଇ ମାସେ କାଳ ଚିକିତ୍ସା କରାଯିବା ପରେ
ଗତ ୨୬ ଜୁଲାଇରେ ତାଙ୍କର ମୃତ୍ୟୁବରଣ ଘଟି ଯାଇଥିଲା। ଔପଚାରିକତା ଦୃଷ୍ଟିରୁ ବଲାଙ୍ଗିର ପୋଲିସ ଉପସ୍ଥିତିରେ ଶବର ପୋଷ୍ଟମର୍ଟମ କରାଯିବା ପରେ ଶବ ସଂରକ୍ଷଣ କେନ୍ଦ୍ରରେ ୭୨ ଘଣ୍ଟା ସଂରକ୍ଷିତ କରି ରଖାଯାଇଥିଲା। ପରେ ବୃଦ୍ଧାଙ୍କ କୌଣସି ପରିଚୟ ନ ମିଳିବାରୁ ବଲାଙ୍ଗିର ପୋଲିସ ଏସ୍. ଆଇ. ସୁଜ୍ଞାନ ବାରିକଙ୍କ ଉପସ୍ଥିତିରେ ଆଜି ସେହି ଅପରିଚିତା ବୃଦ୍ଧା ମହିଳାଙ୍କ
ଶବ ସତ୍କାର କରିଥିଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ। ଏହି ଶବ ସତ୍କାରରେ ଉପଯୁକ୍ତ ସମସ୍ତ ସାମଗ୍ରୀ ଓ କାଠ ନିମନ୍ତେ ଯୁବ ସମାଜସେବୀ ଟୁନା ମିଶ୍ର ସାହାଯ୍ୟ କରିଥିବା ବେଳେ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ଗୋବିନ୍ଦ ଚନ୍ଦ୍ର ଶତପଥୀ, ସୁମିତ ମିଶ୍ର, ସନ୍ତୋଷ ପଟ୍ଟନାୟକ, ଏମ୍.ଡି. ବବଲୁ, ରମେଶ ଚନ୍ଦ୍ର ଭୋଇ, ସମୀର ସୁନା, କୁନା ତ୍ରିପାଠୀ, ସୁବାଷ ବାଗ, ତନ୍ମୟ ପୁଟେଲ ପ୍ରମୁଖ ସହଯୋଗ କରିଥିଲେ।