-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
15-Jul-2023
ବଲାଙ୍ଗୀର(ପ୍ରେରଣା ଖବର ): ୫ଟି ଓ ମୋ ସରକାରର ମିଥ୍ୟା ଓ ଛଳନାତ୍ମକ ପ୍ରଚାର ବନ୍ଦ କରିବା,ମ ଯାଜପୁର ଜିଲ୍ଲାର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ବିରୁଦ୍ଧରେ ହୋଇଥେିବା ସମସ୍ତ ମିଥ୍ୟା ମୁକଦ୍ଦମାର ତୁରନ୍ତ ପ୍ରତ୍ୟାହାର ଓ ଦୁର୍ନୀତି ବିରୁଦ୍ଧରେ ଲଢ଼ୁଥିିବା ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷା ଦାବିରେ ଆଜି ଓଡ଼ିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗୀର ଶାଖା ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଅଭିଯାନର ଜିଲ୍ଲା ଆବାହକ ନୀଳମଣି ଯୋଶୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗୀର ଶାଖା ର ସଭ୍ୟ ଶିବ ପ୍ରସାଦ ସାହୁ, କୃଷ୍ଣଚନ୍ଦ୍ର ବନଛୋର, କେଦାରନାଥ ନନ୍ଦ, ଗୋପବନ୍ଧୁ ଛତ୍ରିଆ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ପ୍ରମୋଦ ବେହେରା ପ୍ରମୁଖ ସାମିଲ ହୋଇ ରାଜ୍ୟରେସୂଚନା ଅଧିକାର ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ । ପରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ, ବଲାଙ୍ଗୀର ଶାଖା ପକ୍ଷରୁ ଏକ ୩ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲ୍ଲାପଳଙ୍କୁ ପ୍ରଦାନ କରାଯାଇଥିଲା ।