-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
15-Jun-2023
ଲୋଇସିଂହା, (ବିନୋଦ କୁମାର ଦୀପ) ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସୁର ସଙ୍ଗମ ସାଂସ୍କୃତିକ ଅନୁଷ୍ଠାନ ଲୋଇସିଂହା ଦ୍ବାରା ବୁଧବାର ଲୋକକଳା ଦିବସ - ୨୦୨୩ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀର ବୁଧବାର ସଂଧ୍ୟା ରେ ବୁର୍ଡା ଗ୍ରାମର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସୁର ସଙ୍ଗମ ସାଂସ୍କୃତିକ ସଂସଦ ପକ୍ଷରୁ ଏକ ସଭା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ସଭାପତି ନିସାର ଅହମ୍ମଦ ନିସାର ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ସଭାରେ ବୁର୍ଡା ସରପଞ୍ଚ ସୁଦିପ ସା ,ଲୋଇସିଂହା ବ୍ଳକ ସାମ୍ବାଦିକ ସଂଘ ସଭାପତି ସରୋଜ ବିଶ୍ଵାଳ ପ୍ରମୁଖ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଲୋକକଳା ଦିନକୁ ଦିନ ପ୍ରାୟ ହଜି ହଜି ଯାଉଛି ଓ ଏହାକୁ ବଞ୍ଚେଇ ରଖିବା ପାଇଁ ଖାଲି କଳାକାରମାନଙ୍କ ଉଦ୍ୟମ ସହିତ ଜନସାଧାରଣଙ୍କ ଉଦ୍ୟମ ଅତ୍ୟନ୍ତ ଜରୁରୀ ହୋଇପଡିଛି। ନଚେତ ଆଗାମୀ ପିଢି ଉଗ୍ର ଆଧୁନିକତାର ବଶବର୍ତି ହୋଇ ଆମ ଅଞ୍ଚଳରେ ରହିଥିବା ଶହ ଶହ ବର୍ଷ ପୁରୁଣା ଏହି ଲୋକ କଳାକୁ ସବୁଦିନ ପାଇଁ ହଜେଇ ବସିବେ ।ତେଣୁ ଏହାକୁ ବଞ୍ଚେଇବାକୁ ହେଲେ ଦର୍ଶକ ଓ କଳାକାର ସମସ୍ତେ ମିଶି ଉଦ୍ୟମ ନିହାତି ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ସରକାରୀ ନିର୍ଦ୍ଦେଶ ସତ୍ବେ ଲୋଇସିଂହା ବ୍ଳକ ପ୍ରସାଶନ ପକ୍ଷରୁ ଲୋକକଳା ଦୀବସ ପାଳନ କରାନଯିବାକୁ ସରପଞ୍ଚ ସୁଦିପ ସା ଦୁଃଖ ପ୍ରକାଶ କରିବା ସହିତ ଆସନ୍ତା ସମିତି ମିଟିଙ୍ଗ ରେ ଏ କଥା ଉପସ୍ଥାପନା କରିବେ ବୋଲି କହିଛନ୍ତି।ସେହିପରି ସାମ୍ବାଦିକ ସରୋଜ ବିଶ୍ଵାଳ ପ୍ରଶାସନିକ ଉଦାସୀନତା କୁ ନିନ୍ଦା କରିବା ସହିତ ଆଗକୁ ଜିଲ୍ଲାପାଳ ଏ ତିଗରେ ତତ୍ପରତା ପ୍ରକାଶ କରିବାକୁ ଦାବୀ କରିଛନ୍ତି।ପରେ ଫିରୋଜ ଦାସ୍ ଓ ସାଥି ଙ୍କ ଦ୍ବାରା ସଂନ୍ଚାର ପରିବେଷଣ କରାଯାଇଥିଲା। ସରୋଜ ମହାକୁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।