-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
15-Jun-2023
ବ୍ରହ୍ମପୁର (ଝିଲ୍ଲି କୁମାରୀ ସାହୁ ): ଭାରତ ବିଖ୍ଯାତ ଦାଶକାଠି କଳାକାର ସ୍ବର୍ଗତ ବୈଦ୍ୟନାଥ ଗାୟକ ରତ୍ନଶର୍ମା ଓ ଭୀମସେନ ସ୍ମୃତି ନ୍ଯାସର ଏକ ବୈଠକ ବ୍ରହ୍ମପୁର ଗଂଜାମ କଳାପରିଷଦ ପରିସରରେ ଓଡିଶୀ ନୃତ୍ୟ ଗୁରୁ ସ୍ବର୍ଣ୍ଣପ୍ରଭା ପାଢୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।ନ୍ଯାସର ଆବାହିକା ତଥା ସ୍ବର୍ଗତ ଶର୍ମା ପରିବାରର କୁଳବଧୁ ସଂଯୁକ୍ତା ଶତପଥୀ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରି ଥିଲେ ।ନ୍ଯାସ ତରଫରୁ ଏକ ଦାଶକାଠି ଶିକ୍ଷା କେନ୍ଦ୍ର ଆରମ୍ଭ କରାଯାଇ କେବଳ ମହିଳା, କିଶୋର ଓ ବାଳିକା ମାନଙ୍କୁ ଦାଶକାଠି ଶିକ୍ଷା ଦାନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା ।ଉପସ୍ଥିତ ଦାଶକାଠି କଳାକାର ବୃନ୍ଦ ଶିକ୍ଷା ଦାନ କରି ଦାଶକାଠି କଳାକୁ ଅଧିକ ପ୍ରଚାର ଓ ପ୍ରସାର କରିବା ପାଇଁ ସହମତ ପ୍ରକାଶ କରିଥିଲେ ।ଆଗାମୀ ଜୁନ୍ 30 ତାରିଖ ଠାରୁ ଶିକ୍ଷା ଦାନ କାର୍ଯ୍ୟକ୍ରମ ଆରମ୍ବ କରାଯିବ ।ଏହି ବୈଠକରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ,ଚିତ୍ତରଞ୍ଜନ ପଣ୍ଡା,ସାମ୍ବାଦିକ ବିଘ୍ନେଶ୍ବର ସାହୁ, ଦାଶକାଠିଆ ଗୁରୁ ବାଳକୃଷ୍ଣ ଦାସ,ଦୁର୍ଗା ପ୍ରସାଦ ଦାଶ, ସଂଗୀତ ନାଟକ ଏକାଡେମୀ ଗଂଜାମ ଜିଲ୍ଲା ସଭ୍ଯ ଆଲୋକ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ପରାମର୍ଶ ଦେଇଥିଲେ ।ବୈଦ୍ୟନାଥ ଓ ଭୀମସେନ ଙ୍କ ସ୍ମୃତି ରକ୍ଷା ସହ ଅତୀତ ଗୌରବକୁ ଉଲ୍ଲସିତ ଓ ଭବିଷ୍ୟତ ମର୍ଯ୍ଯାଦାକୁ ପାଥେୟ କରି ଦାଶକାଠି କଳାକୁ ସମଗ୍ର ରାଜ୍ୟରେ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟରେ ଦାଶକାଠି ଶିକ୍ଷା କେନ୍ଦ୍ର ସମର୍ପିତ ହେବ ବୋଲି ଆବାହିକା ସଂଯୁକ୍ତା ପ୍ରକାଶ କରିଥିଲେ ।