-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ଭିତ୍ତିଭୂମି ନ ଥାଇ ସରକାର ଏସ ଏଚ ଜି କୁ ଦେଊଛି ଗୁରୁତ୍ୱ, ଯୋଗାଣ ବିଭାଗ ଓ ମିଶନ ଶକ୍ତି ର ସମ୍ମନ୍ୱୟ ଅଭାବ ରେ ଚାଷୀ ହନ୍ତସନ୍ତ

14-Jun-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଚାଷୀ ତା ନିଜର କଷ୍ଟ ଉପାର୍ଜୀତ ଧାନକୁ ସରକାରୀ ଦରରେ ବିକ୍ରି କରିବାପାଇଁ ନିର୍ଦ୍ଦିଷ୍ଟ ପେକ୍ସ୍ ମାନଙ୍କୁ ନେଲେହେଁ ଭିତ୍ତିଭୂମି ର ଅଭାବ ସାଙ୍ଗକୁ ପେକ୍ସ୍ ସଂପାଦକ ଅବା ଧାନକିଣାରେ ନିୟୋଜିତ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ଠିକ୍ ଭାବରେ ତାଙ୍କ ଦାୟିତ୍ୱ ତୁଳାଉନଥିବାର ଅନେକ ଉଦାହରଣ ଏବେ ସୃଷ୍ଟି ହୋଇଛି ସୁବର୍ଣ୍ଣପୁର ଜିଲ୍ଲାରେ। ପ୍ରଥମେ ଟୋକନ ଝାମେଲା ଓ ପରେ ଧାନନେଇ ମଣ୍ଡିରେ ଚାଷୀମାନେ ଗଦା କରିବା ପରେ ମିଲର୍ସ୍ ଗାଡ଼ି ପଠାଇବାରେ ଅହେତୁକ ବିଳମ୍ବ କରିବାଦ୍ୱ।ରା ବଡ଼ବଡ଼ ଚାଷୀ ନିଜ ନିଜର ବ୍ୟବସ୍ଥା ରେ ମିଲକୁ ଧାନପଠାଇ ପେକ୍ସ୍ ରେ ଏଣ୍ଟ୍ରି କରିପାରୁଥିବା ବେଳେ କ୍ଷୁଦ୍ର ଚାଷୀ ଚାତକ ଭଳି ଖରାବର୍ଷାରେ ମିଲର୍ସ୍ ର ଗାଡ଼ି କୁ ଅପେକ୍ଷା କରିବାକୁ ବାଧ୍ୟ

ହେଉଛି l ଯାହାକି ଏକ ବିଚିତ୍ର ବ୍ୟବସ୍ଥା ସୃଷ୍ଟି ହୋଇଛି।   ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦ୍ରିଆପାଲି ପଂଚାୟତ ର ତିଳେଶ୍ୱର, ବାରଝୁଲା, ଅଚଣ୍ଡା ଗାଁ ର ବହୁ ଚାଷୀ ଜ଼ିଲ୍ଲା ଯୋଗାଣ ଭିଭାଗ ଅଧିକାରୀ ଙ୍କ ଠାରେ ଫେରାଦ ହୋଇ ସ୍ଥାନୀୟ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଙ୍କ ଅପାରଗତା ଉପରେ ଅଭିଯୋଗ କରିଛନ୍ତି l ମା ମଙ୍ଗଳା ଗ୍ରୁପ ମଣ୍ଡି ରେ ୮୦୦୦  ରୁ ଉର୍ଧ୍ଵ ପକେଟ ଧାନ ଖୋଲା ଆକାଶ ତଳେ ପଡି ରହିଥିବା ବିଷୟ ଏବଂ  ନିକଟସ୍ଥ ବରଗାଁ ସମଲେଶ୍ୱରୀ ରାଇସ ମିଲ ର  ଅଣଦେଖା   ପାଇଁ  ଗାଡି ପଠାଉ ନ ଥିବା କଥା ପ୍ରକାଶ କରିଛନ୍ତି l ଯା ଫଳରେ ଏହି ପଂଚାୟତ ର ଶହ ଶହ ଚାଷୀ ମାସ ମାସ ଧରି ଧାନ  ବିକ୍ରି  କରି ନ ପରି ଘୋର ହଇରାଣ ଓ ଅଭାବ ଅସୁବିଧା ରେ ଥିବା ଜଣା ଯାଇଛି l  ରାଜ୍ୟ ସରକାର ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଙ୍କୁ ସ୍ୱାବଲମ୍ବି କରିବାକୁ  ମିଶନ ଶକ୍ତି ଜରିଆରେ ଧାନ ମଣ୍ଡି ଭଳି ଗୁରୁତ୍ୱ ପୁର୍ଣ ଦାୟିତ୍ୱ ଦେଇଛନ୍ତି  ହେଲେ ଏ ମହିଳା ଗୋଷ୍ଠୀ, ମିଶନ ଶକ୍ତି, ଜ଼ିଲ୍ଲା ର ସମସ୍ତ ପେକ୍ସ ଓ ଯୋଗାଣ ବିଭାଗ ସମ୍ମନ୍ୱୟ ର ଅଭାବ ଯୋଗୁଁ ଆଜି ସବୁଠି ଏ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଛି l  ଉପରିସ୍ଥ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ ନ କରି ଏସି ଚ୍ୟାମ୍ବର ରେ ଭୋଗ କରୁଥିବା ଯୋଗୁଁ ଏଭଳି ଘଟଣା ସବୁ ସ୍ପଷ୍ଟ ବାରି ବାରି ହେଉଛି l ଏବଂ ଜ଼ିଲ୍ଲା ର ଗାଡି ମାଲିକ ମାନଙ୍କୁ ଅଣଦେଖା ସହ ରାଜ୍ୟ ବାହାରକୁ ଧାନ ଚାଲାଣ କରି ପ୍ରଶାସନ ମାଲେମାଲ ହେଇଥିବା ଚାଷୀ ଙ୍କ ଠୁଁ ସିଧାସଳଖ ଅଭିଯୋଗ ଆସୁଛି l  ଯାହାର ଏକ ଜ୍ୱଳନ୍ତ ଉଦାହରଣ ଡୁଙ୍ଗୁରିପାଲି ବ୍ଲକ ରେ ନିକଟ ରେ ଦେଖିବାକୁ ମିଳିଛି l ସୁବର୍ଣ୍ଣପୁର ଜ଼ିଲ୍ଲା ର ଅଧିକାଂଶ ମଣ୍ଡି ରେ ଅଚଳା ବସ୍ଥା ତଥ୍ୟ ଦେବାକୁ ଅମଙ୍ଗ ଡିଇଓ। କିଛି ଗୁଣ୍ଡା ଶ୍ରେଣୀ ର ଲୋକ ଓ ଦଲାଲ ମାନଙ୍କ ହାତରେ ଛାଡି ଦେଇ ପ୍ରାୟ ମଣ୍ଡି ରେ ଅନୁପସ୍ଥିତ ରହୁଛନ୍ତି ସମ୍ପାଦକ l ଅଧିକାଂଶ ମଣ୍ଡି ରେ ମିଲର୍ସ ରାଜ୍ ଚାଲିଛି l  ବଡ଼ ଚାଷୀ ନିଜ ଗାଡି ରେ ଧାନ ମିଲ କୁ ସିଧା ସଳଖ ନେଇ ଯାଉ ଥିବା ବେଳେ ଛୋଟ ଚାଷୀ ମିଲ ଗାଡି କୁ ଅପେକ୍ଷା କରି  ଭୋକ ଅନିଦ୍ରା ରେ ଏବେ ଖରା କଷ୍ଟ ଭୋଗୁଛି l ଅଧିକାଂଶ ମଣ୍ଡି ରେ ମିଲର୍ସ ରାଜ ଚାଲିଥିବା ବେଳେ ପୁଆ ଭଳି କେତେ ମଣ୍ଡି ରେ ଜଣେ ଚୌକିଦାର ଟ୍ରକ ଟ୍ରକ ଧାନ କିଣୁଥିବା ଦେଖିବାକୁ ମିଳିଥିଲା l ସାମ୍ବାଦିକ ଙ୍କ ଉତ୍ତର ରେ ସେ କହିଲା ସାର  ଆମେ ଏକା କାଫି l ସେକ୍ରେଟାରୀ ସାର ଖାଲି ସନ୍ଧ୍ୟାରେ ଆସି ଦସ୍ତଖତ କରିଯାଆନ୍ତି l  ଏଠି ଜଣା ପଡୁଛି ଯେ ମିଲର୍ସ ଓ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ଯୋଗୁଁ ସିଧାସଳଖ ଚାଷୀ ହୀନସ୍ଥl ହେଉଛନ୍ତି l ଓ ଏଥିରୁ  ଆହୁରି ଜଣା ପଡୁଛି ଯେ ପେକ୍ସ ଡାଟା ରେ ଉଠୁଛି ଧାନ, ବାସ୍ତବ ଚିତ୍ର କିନ୍ତୁ ଅଲଗା ଅଛି l ଗତ   ନଅ ତାରିଖ ରେ ଜିଲ୍ଲାର କିଛି ସାମ୍ବାଦିକ ସୋନପୁର ବ୍ଲକ ଓ ତରଭା ବ୍ଲକ ର କିଛି ପେକ୍ସ ପରିଦର୍ଶନ କରି ସେ ସବୁ ର ଭିତ୍ତିଭୂମି ଓ ସମସ୍ୟା ସବୁ କୁ ଅନୁଧ୍ୟାନ କରି ଦେଖିଲେ ଯେ, ଖାରି ପେକ୍ସ ରେ ଭିତ୍ତିଭୂମି ର ପୁରା ଅଭାବ l  ରୁଗ୍ଣ ଅବସ୍ଥା l ମିନି ବ୍ୟାଙ୍କ ଅଚଳ l ଶିବତୁଲା ରେ ଜଳ ସଙ୍କଟ l ଛଅ ଛଅ ମାସ ଧରି ଚାଷୀ ଧାନ ବିକ୍ରି ଟଙ୍କା ପାଉନଥିବା ଜଣା ପଡିଛି l ଯାହାକି ନୂତନ ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଠାରେ ମଧ୍ୟ ଏ ବିଷୟ ରେ ସାମ୍ବାଦିକ ମାନେ ଆଲୋଚନା କରି ତାଙ୍କର ହସ୍ତକ୍ଷେପ

ଲୋଡିଥିବା ଜଣା ଯାଇଛି l  ଓଡିଶା ରେ 228 ଜଣ ଛଅ ମାସ ଯାଏ ଟଙ୍କା ପାଇ ନ ଥିବା ଏ ପେକ୍ସ ରୁ ଜଣା ଯାଇଛି l ପୁଆ  ରେ ରାସ୍ତା ରେ ପଡିଛି ହଜାର ହଜାର ବସ୍ତl ଧାନ l ଦେଉଳପଦର, ମେଣ୍ଡା,ରେ ଧାନ ପଡିଛି ଗଦା ଗଦା l ହେଲେ ଦିନ ଦିନ ଧରି ତାଲା ଝୁଲୁଛି l ମରାଡୁଗୁଚ୍ଛା ପେକ୍ସ ରେ ପୁରା ମନମାନି ଚାଲିଛି l ସେଠାରେ ଚାଷୀ ଙ୍କ ଅଭିଯୋଗ କୁ ସିଧାସଳଖ ସଭାପତି କଣ୍ଠରୋଧ କରୁଥିବା ଦୃଷ୍ଟି ଗୋଚର ହୋଇଛି l  ସମ୍ପାଦକ ଙ୍କ ଫୋନ ସବୁବେଳେ ସ୍ବିଚ ଅଫ l ଜଣାଯାଏ ଯେ ଏଇ ସମ୍ପାଦକ ମହାଶୟ ପୂର୍ବ ରୁ ଶିବତୁଲା  ସମ୍ପାଦକ ଦାୟିତ୍ୱ ରେ ଥିବା ବେଳେ ତାଙ୍କ ତଳିଆ ୨ ଜଣ କର୍ମଚାରି ଦୁର୍ନୀତି ରେ ଭିଜିଲାନ୍ସ ଜାଲ ରେ ଛନ୍ଦି ହୋଇଛନ୍ତି l ହେଲେ କୌଶଳ କ୍ରମେ ଏ ମହାଶୟ ଖସି ଯାଇଥିବା ଏବଂ  ସେ  ଦୁର୍ନୀତି ର ମାଷ୍ଟର ମାଇଣ୍ଡ ବୋଲି ପୁରୁଣା ପେକ୍ସ ରେ  ଅନେକ କିଛି ରୋଚକ ତଥ୍ୟ ମିଳିଥିବା ଜଣାଯାଇଛି l ଯାହାକି  ଆଗାମୀ ଦିନ ରେ ଅନେକ ତଥ୍ୟ ପ୍ରକାଶ  ପାଇବ l ସେଟଲାଇଟ ସମସ୍ୟା ଯୋଗୁ ଅନେକ ପେକ୍ସ ରେ ଧାନ ବିକ୍ରି କରି ପାରୁନି ଚାଷୀ l ପେକ୍ସ ର ବାହାନା କେବଳ ଟାର୍ଗେଟ l ଚାଷୀ ମୁହଁ ଶୁଖାଇ ଘର କୁ ଗେଟ l ଏଣେ ମିଲର୍ସ ଆଉ ପେକ୍ସ ପୁରା ସେଟ l କିନ୍ତୁ  କିଛି ଚତୁର ସମ୍ପାଦକ ଙ୍କ ସହିତ  ସାମ୍ବାଦିକ ଙ୍କ ହେଇ ପାରିନି ଭେଟ l ସବୁଠି କିନ୍ତୁ ଚାଲିଛି ନାଟ l ଧାନ କାଟ ଛାଟ l  ଲଳିତା ଭଳି ଜ଼ିଲ୍ଲା ର କିଛି ବଛା ବଛା ରାଇସ ମିଲ ଉପରେ ଜ଼ିଲ୍ଲା ପ୍ରଶାସନ ର ଏତେ ଅନୁକମ୍ପା କାହିଁକି ବୋଲି ଚାଷୀ ନେତା ମାନେ ଗ୍ରାସ ରୁଟ ରେ  ପ୍ରଶ୍ନ କରିଛନ୍ତି l ତେଣେ ଆଜି କିଛି ଚାଷୀ ମାନଙ୍କ ସହ  ଚାଷୀ ନେତା ବୈକୁଣ୍ଠ ଶତପଥୀ ଓ ପ୍ରଦୀପ ପୁରୋହିତ ପ୍ରମୁଖ ଆସି ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ଙ୍କ ଠାରେ ଉପରୋକ୍ତ ଅଭିଯୋଗ କରିବାରେ ସେ ଏହି ଅଭିଯୋଗ ସବୁକୁ ଅତି ଖାମଖିଆଲି ଭାବରେ ନେଇଥିଲେ। ଏଣୁ ଏ ସବୁକଥାକୁ ବ୍ୟକ୍ତିଗତ ସ୍ତରରେ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ଓ ଏପରି ଅଚଳାବସ୍ଥା ଦୁର କରିବାକୁ ଜିଲ୍ଲା ର ସଚେତନ ବର୍ଗ ଦାବିକରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like