-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ମହାନଗର

ଯୋଗିନୀ ମହୋତ୍ସବ "ଝରିଏଲ଼" ଉଦ଼ଯାପିତ:

01-Jun-2023



ଭୁବନେଶ୍ଵର(ପ୍ରେରଣା ଖବର ବ୍ୟୁରୋ ): ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ "କଳାଶ୍ରୀ ଆର୍ଟ ଏକାଡେମୀ" ବଲାଙ୍ଗୀର ଆନୁକୂଲ୍ୟରେ ଆୟୋଜିତ ୧୬ତମ ସର୍ବଭାରତୀୟ ଯୋଗିନୀ ମହୋତ୍ସବ "ଝରିଏଲ୍" ଗତକାଲି ଭବନେଶ୍ୱର ଜୟଦେବ ଭବନ ଠାରେ ଉଦ୍‌ଯାପିତ ହୋଇ ଯାଇଛି ।

ଭାରତର ପ୍ରତିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଏଲ୍ ର ଗାରିମାକୁ ବହନ କରି ଗୁରୁ ଆଲୋକ ଦାସଙ୍କ ପ୍ରଚେଷ୍ଟାରେ ଆୟୋଜିତ ଉତ୍ସବରେ ଶ୍ରୀମତୀ ମୀରା ପଣ୍ଡା ସଭାପତିତ୍ୱ କରିଥିବା ବେଳେ ଉପଦେଷ୍ଟା ଦୀପକ ଦାସ ଏବଂ ଗୁରୁପଦ ବଳିଆରସିଂହ ସଂଯୋଜନା କରିଥିଲେ । ଏଥିରେ ମୂଖ୍ୟ ଅତିଥି ପୁର୍ବତନ ଉପ ବାଚଷ୍ପତି ତଥା ସଂସ୍କୃତି ମନ୍ତ୍ରୀ ବିଭୂତି ଭୂଷଣ ସିଂହ

ମର୍ଦ୍ଦରାଜ, ସ୍ୱତନ୍ତ୍ର ଅତିଥି ସଂଗୀତଜ୍ଞ ପଣ୍ଡିତ ହରମୋହନ ଖୁଣ୍ଟିଆ, ସମ୍ମାନୀୟ  ଅତିଥ ଶ୍ରୀ ମାନସ ରଞ୍ଜନ ରାୟ  ଯୋଗ ଦେଇ ପଲ୍ଲୀ ରୁ ଦୀଲ୍ଲି ପର୍ଯ୍ୟନ୍ତ "ଝରିଏଲ" ର ଐତିହ ଏବଂ ଏ ଅଞ୍ଚଳର କଳାର ପ୍ରଚାର ପ୍ରସାର ଲକ୍ଷକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ ହେବା ସହିତ ଏ ବର୍ଷର "ଝରିଏଲ୍ ସମ୍ମାନ" ବିଶିଷ୍ଟ ସଂସ୍କୃତିପ୍ରେମୀ ଭାରତୀୟ ପ୍ରଶାସନିକ ସେବା ନିବୃତ ଡ଼ ଅରବିନ୍ଦ ବେହେରାଙ୍କୁ ପ୍ରଦାନ କରାଯାଇଥିବା ବେଳେ ଭାବ ସମ୍ରାଟ ଦିବାକର ମହାନ୍ତି, ଗୁରୁ ବଂଶୀଧର ପଣ୍ଡା, ଗୁରୁ ରାମଚନ୍ଦ୍ର ମହାନ୍ତି, ଗୁରୁ ପ୍ରଦୀପ କୁମାର ଦାସ, ଶ୍ରୀମତୀ ମଧୁମିତା ମିତ୍ର, ଗୁରୁ କୁଳମଣି ସାହୁ, ଡ଼ ସନ୍ଦୀପ କୁମାର ରାଉତ, ଶ୍ରୀମତୀ ମମତାମୟୀ ରାଉତରାୟ ଏବଂ ଶ୍ରୀମତୀ ସଙ୍ଗୀତା ରାଉତଙ୍କୁ ମାନପତ୍ର ପ୍ରଦାନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା  । ସଭା ପ୍ରାରମ୍ଭରେ ସଂଗୀତ ପରିବେଷଣ କରିଥିଲେ ଶ୍ରୀମତୀ କୃଷ୍ଣପ୍ରିୟା କର, ତନୁଶ୍ରୀ ମିଶ୍ର, ବର୍ଣ୍ଣାଳୀ ନାୟକ, ଶ୍ରେୟାଂଶୀ ତ୍ରିପାଠୀ, ବିଭାସ ବେହେରା, ଅନିମେଶ ଅନୁପମ, ଆଦ୍ଯାଶା ପ୍ରିୟଦର୍ଶିନୀ, ବାଦ୍ୟଯନ୍ତ୍ରରେ ଜୀବନ ପ୍ରକାଶ ଦାସ, ରମେଶ କୁମାର ସ୍ଵାଇଁ, ମାତୃପ୍ରସାଦ ପଣ୍ଡା,

ସଞୟ ରାଉତ  । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ଯନ୍ତ୍ର ସଂଗୀତ ପରିବେଷଣ କରିଥିଲେ ବେହେଲା- ଡ଼ ଅରବିନ୍ଦ ବେହେରା ଓ ସୀତାର  ସୁବୀର କୁମାର ମିତ୍ର । ତବଲାରେ ଗୁରୁ ସୁରେଶ କୁମାର ବେହେରା ଏବଂ ଶାସ୍ତ୍ରୀୟ ସଂଗୀତ ଯୁଗଳବନ୍ଦୀରେ ତବଲାରେ ଗୁରୁ କୁଳମଣି ସାହୁ, କଣ୍ଠ ସଂଗୀତରେ ଶ୍ରୀମତୀ ସଙ୍ଗୀତା ରାଉତ ରାଗ                ପରିବେଷଣ କରିଥିଲେ । ଶେଷରେ ଡ଼ ସନ୍ଦୀପ କୁମାର ରାଉତଙ୍କ ସଂରଚନା ଓ ନିର୍ଦ୍ଦେଶନା ରେ ବାଦ୍ୟବୃନ୍ଦ "ପ୍ରକୃତୀ" ଉଚ୍ଚକୋଟିର ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଗୁରୁ ବିଶ୍ଵରଞ୍ଜନ ମିଶ୍ର, ଗୁରୁ ଅତନୁ ରାଉତ, ଗୁରୁ ମଞ୍ଜୁଶ୍ରୀ ମିଶ୍ର, ବିକ୍ରମ କିଶୋର ବେହେରା, ଡମ୍ବରୁଧର ଦାସ,  ବିନାୟକ ହୋତା, ସ୍ୱାଗତିକା ଦାସ ବିଶେଷ ସହଯୋଗିତା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like