-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
02-Jun-2023
ତୁଷୁରା (ପଞ୍ଚାନନ ନାଏକ)-ବଡଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତର ଗ୍ରାମରୋଜଗାର ସେବକ କୃଷ୍ଣ ଚନ୍ଦ୍ର ପ୍ରଧାନ (୩୭ ବର୍ଷ)ଙ୍କ ହୃଦଘାତରେ ମୃତ୍ୟୁବରଣ କରିଥିବାରୁ ବଡଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତ ପରିସରରେ ଗୁଡ଼ଭେଲାବ୍ଳକ ବିଡିଓ ଗୁରେଶ୍ବର ଭୋଇଙ୍କ ଉପସ୍ଥିତରେ ଏକ ଶୋକ ସଭା ଅନୁଷ୍ଟିତ ହୋଇଥିଲା। ଉକ୍ତ ସଭାରେ ବ୍ଳକ ଜିପିଓ ସାଗର ସାହୁ, ସରପଞ୍ଚ କୈଳାସ ବେହେରା, ଗୁଡ଼ଭେଲାବ୍ଳକ ଗ୍ରାମରୋଜଗାର ସେବକ ସଂଘର ସଭାପତି ନିରଞ୍ଜନ ପୋଢ, ଅତିରିକ୍ତ ଯନ୍ତ୍ରୀ ଅମିତ ମୁର୍ମୁ, କାର୍ଯ୍ୟନିର୍ବାହ ଅଧିକାରୀ ଗୋପାଳ ସେଠ, ପଞ୍ଚାନନ ସାମଲ ଆଦି ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ଏହାପରେ ସମସ୍ତେ ମୃତକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଶାନ୍ତୁନା ଦେବା ସହ ୧୫ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ଯେଉଁ ସହାୟତା ମିଳିବ ତାହା ତୁରନ୍ତ ଦିଆଯିବ ବୋଲି ବିଡିଓ ଶ୍ରୀ ଭୋଇ ପ୍ରତିଶୃତି ଦେଇଥିଲେ। ଏଠାରେ ସୂଚନାଯୋଗ୍ଯ ଯେ, ବୁଧବାର ରାତ୍ରୀରେ କୃଷ୍ଣଙ୍କ ଛାତିରେ ଯନ୍ତ୍ରଣା ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ନିଆଯାଇଥିଲା। ସେଠାରେ ବିଲମ୍ବିତ ରାତ୍ରୀରେ କୃଷ୍ଣଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଏହାପରେ ଗୁରୁବାର ବଡଙ୍ଗୋମୁଣ୍ଡାରେ ତାଙ୍କର ଅନ୍ତିମ କରିଥିଲେ ।