-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ବଲାଙ୍ଗିର(ଦେବାଶିଷ ବହିଦାର ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭରତରତ୍ନ ସ୍ଵର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ବିବାଦୀୟ ଟିପ୍ପଣୀ ଓ ଅପମାନଜନକ ଖବର ପ୍ରକାଶ କରିଥିବା ଏକ୍ ନିର୍ଦିଷ୍ଟ ୱେବ୍ ଚେନlଲ୍ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆଣିଛି ବଲାଙ୍ଗିର ଛାତ୍ର କଂଗ୍ରେସ l ଏହି ୟୁ ଟ୍ୟୁବ ଚେନlଲ ବିରୁଦ୍ଧରେ ଆଜି ବଲାଙ୍ଗିର ଟାଉନ୍ ଥାନାରେ ଛାତ୍ର କଂଗ୍ରେସ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି l ବଲାଙ୍ଗିର ଛାତ୍ର କଂଗ୍ରେସର ଜିଲ୍ଲା ସଭାପତି ଅଙ୍କିତ କୁମାର ସାହୁଙ୍କ ନେତୃତ୍ଵରେ ବହୁ କଂଗ୍ରେସ କର୍ମୀ ଓ ସଭ୍ଯ ମାନେ ବଲାଙ୍ଗିର ଟାଉନ୍ ଥାନା ଆଇ ଆଇ ସି ଙ୍କୁ ଭେଟି ସମ୍ପୃକ୍ତ ଚେନlଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି l