-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
12-Apr-2023
ନାକ୍ଟିଦେଉଳ(କନ୍ଦର୍ପ ବେହେରା)
ନାକଟିଦେଉଳ ବ୍ଲକ୍ ଵଳମ୍ ପଞ୍ଚାୟତ ରେ ଏକ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଖୋଲିବା ପାଇଁ ଏକ ଦାବୀ ପତ୍ର ବଳମ ପଂଚାୟତବାସୀ ତହସିଲଦାର୍ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ା ବଳମ୍ ପଂଚାୟତ ଅନ୍ତର୍ଗତ ଵିଭିନ୍ନ ଗ୍ରାମର ଲୋକମାନେ ସେମାନଙ୍କ ର ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ୧୦ କିଲୋମିଟର ଦୂର କିସିଣ୍ଡା ପଞ୍ଚାୟତ ରେ ଅଵସ୍ଥାପିତ ହୋଇଥିଵାରୁ ଵହୁତ ଅସୁବିଧା ହେଉଛି । ପୂର୍ବରୁ ନାକ୍ଟିଦେଉଳ ଠାରେ ଏହି କାର୍ଯ୍ୟାଳୟ ଥିବାରୁ ସୁବିଧା ହେଉଥିଲା । କିଛି ବର୍ଷ ପୂର୍ବେ ଵଳମ୍ ଠାରେ ଆର୍ ଆଇ ଅଫିସ୍ ଖୋଲାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।ବଳମ୍ ରେ ଯଥାଶୀଘ୍ର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ କରାଯିବା ପାଇଁ ବଳମ୍,ମହୁକୁଦ, ଉପରମୁଣ୍ଡା, ଟିକିଲିପଡା,ଵଲାସି°ହା, କେଲୋ,ବେତଝରଣ,ମଣ୍ଡୁଆମ୍,ବଞ୍ଜାଗୋଳା,ତାସଭରଡି,ଗଞାବାହାଳ ଓ ତାଳପାଳ ଗ୍ରାମବାସୀ ଦାଵୀ କରିଛନ୍ତି । ତା ୧୨.୪.୨୩ ରିଖ ଦିନ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ନାକ୍ଟିଦେଉଳ ତହସିଲଦାର ଙ୍କୁ ବଳମ୍ ଠାରେ ରାଜସ୍ଵ ନିରୀକ୍ଷକ କାର୍ଯ୍ୟାଳୟ ସ୍ଥାପନପାଇଁ ପୁର୍ବତନ ସରପଞ୍ଚ ଵୀରେନ୍ ପ୍ରଧାନ, ଭକ୍ତ ଵଲ୍ଲଭ ପ୍ରଧାନ,ଅଚ୍ୟୁତାନନ୍ଦ ପ୍ରଧାନ, ଶ୍ରୀମନ୍ତ ପ୍ରଧାନ ଓ ଵୀରେନ୍ ମାଝୀ ନାକଟିଦେଉଳ ଅତିରିକ୍ତ ତହସିଲଦାରଙ୍କ ଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି ା