-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
03-Apr-2023
ସୋନପୁର(ମନୋରଂଜନ ତ୍ରିପାଠୀ)- ସୁବର୍ଣ୍ଣପୁର ଜିଲ୍ଲାର ଜୁନିଅର ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ଶିକ୍ଷା ଓ ତାଲିମ ଶିବିରରେ ଯୋଗଦେଇ କୃତିତ୍ୱ ହାସଲ କରିିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ଅନୁମୋଦନ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସାହାରା ଟ୍ରଷ୍ଟର ଗଙ୍ଗାଧର ପାଣ୍ଡିଆ ଓ ପ୍ରୀୟଙ୍କା ପ୍ରୀୟଦର୍ଶିନୀ ପଧାନ, ମାୟାବର୍ହାର୍ ଉଚ୍ଚ ବିଦ୍ୟାଳୟର ଶିତୁ ସାହୁ, ଝାରବାହାଲି ଆଦର୍ଶ ବିଦ୍ୟାଳୟର ନିିହାର ରଂଜନ କର୍ଣ୍ଣ, ସୁବଲୟା ହାଇସ୍କୁଲର ରୀତା ମେହେର, ବୀରମହାରାଜାପୁର ବାଳିକା ହାଇସ୍କୁଲର ଶୁଭଶ୍ରୀ ଦାଶ ଓ ଝାଂସି ଘିବିଲା,ଟାଙ୍ଗରସାହି ଅପରପ୍ରାଇମେରୀ ସ୍କୁଲର ଶେଷଦେବ ମେହେର, ଖରଝୁରା ହାଇସ୍କୁଲର ପ୍ରୀୟଙ୍କା ସାହୁ, ସୋନପୁର ବାଳିକା ହାଇସ୍କୁଲର ଶ୍ରୀୟା ଦାଶ ପ୍ରମୁଖ ଭୂବନେଶ୍ୱର ଶିଖରଚଣ୍ଡୀ ସ୍ଥିତ ନୀଳାଚଳ ପଲିଟେକନିକ୍ ମହାବିଦ୍ୟାଳୟରେ ୫ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ରାଜ୍ୟ ସ୍ତରୀୟ ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିରରେ ଯୋଗଦାନ କରି ନିଜ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି ।
କାଉନସିଲର ତଥା ସାଧନକର୍ମି ତପସ୍ୱିନୀ ଦାଶ ଓ ଶେଷଦେବ ଛତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୁନିୟର ନିହାର ରଂଜନ କର୍ଣ୍ଣ ଇଂରାଜୀ ରଚନା ଏବଂ ସାହାରା ଟ୍ରଷ୍ଟର ପ୍ରୀୟଙ୍କା ପ୍ରୀୟଦର୍ଶିନୀ ପଧାନ ବକୃତା ପ୍ରତିଯୋଗିତାରେ ଯଥାକ୍ରମେ ତୃତୀୟ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଉଦ୍ଯାପନୀ ଉତ୍ସବରେ ଅତିଥିବୃନ୍ଦ ସାର୍ଟିଫିକେଟ ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିିଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ସୋନପୁର ଜିିଲ୍ଲାର ରେଡକ୍ରସ ପ୍ରଦର୍ଶନୀ ଉଚ୍ଚ କୋଟିର ହୋଇଥିବା ବିଷୟରେ ଆମନ୍ତ୍ରୀତ ଅତିଥିବୃନ୍ଦ ମତବ୍ୟକ୍ତ କରିଥିଲେ । ଶିବିରରେ ଆୟୋଜିତ ହୋଇଥିବା ଫ୍ଲାଗ ସେରିମନି, କ୍ଲନିଙ୍ଗ, ସୋସିଆଲ ଗ୍ୟମସ୍, ସଡକ ସୁରକ୍ଷା ସଂପର୍କିତ କ୍ୱିଜ ପ୍ରତିଯୋଗିତା ରେ ସୁବର୍ଣ୍ଣପୁର ଜୁନିଅର ତଥା ଭଲଂଟିଅର ମାନେ ଦଳଗତ ଭାବରେ ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି ।
ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ, ଏଡିଇଓ ମଂଜୁଲତା ଭୋଇ, ଉପସଭାପତି ଗତିୃକୃଷ୍ଣ ମିଶ୍ର, ସାଧନକର୍ମି , ବିିସିସି, କାଉନସିଲର ପ୍ରମୁଖ ଏହି ଶିବିରରେ ସଫଳତା ପ୍ରାପ୍ତ କରିଥିବାରୁ ଜୁନିଅର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଂଶସା କରିଛନ୍ତି । ଜିଲ୍ଲା ଜୁନିିଅର ରେଡକ୍ରସ ସୋସାଇଟି ତରଫରୁ ଆଗାମୀ ଦିନରେ ଏହି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିିତ କରାଯିବାକୁ ଯୋଜନା ରଖାଯାଇଛି ବୋଲି ଏଡିଇଓ ତଥା ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ଡା.ରାଧାକାନ୍ତ ଗଡତିଆ ପ୍ରକାଶ କରିଛନ୍ତି ।