-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଜିଲ୍ଲା

ଆନ୍ତଃରାଜ୍ୟ ଜାଲିଆତି ମନୋଜର କାରନାମା:  ବିଧାନସଭା ହୁଲସ୍ତୁଲ୍  ! ୧୪ଟି ରାଜ୍ୟର ୪୦ଟି ୟୁନିଭରସିଟିର ୧୦୦୦ ରୁ ଉର୍ଦ୍ଧ୍ବ ନକଲି ସାର୍ଟିଫିକେଟ୍ ଜବତ

03-Apr-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ ): ବଲାଙ୍ଗୀରର ଏକ କୋଚିଂ ସେଣ୍ଟରବାଲା ମନୋଜ ମିଶ୍ରର ଜାଲ୍ ସାର୍ଟିଫିକେଟ୍ ମାମଲା ଡାକବିଭାଗ ନିଯୁକ୍ତିରୁ ଧରାପଡିବା ପରେ  ଏହାର ଚେର ବିଗତ ୨୦୧୬ରୁ ୭ / ୮ ବର୍ଷ ଧରି ବଲାଙ୍ଗୀର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପିଥିବା ସହ ୧୪ଟି ରାଜ୍ୟର ୪୦ରୁ ଉର୍ଦ୍ଧ୍ବ ବିଶ୍ବବିଦ୍ୟାଳୟର ୧୦୦୦ରୁ ଅଧିକ  ଜାଲ୍ ଶିକ୍ଷାଗତ ଯୋଗ୍ୟତାର ନକଲି ସାର୍ଟିଫିକେଟ୍ ପୁଲିସ୍ ଜବତ କଲାଣି । ଅଦ୍ୟାବଧି ଏହି ଜାଲିଆତିର ମାଷ୍ଟରମାଇଣ୍ଡ୍ ବଲାଙ୍ଗୀରର ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ ଗାତା ସମେତ ଏଥିରେ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଏହି ଠକମନୋଜ ସହିତ ଶାସକଦଳ

ସହିତ ଅନ୍ୟାନ୍ୟ ରାଜନୈତିକ ଦଳର ନେତାଙ୍କର ସମ୍ପୃକ୍ତି ଅଭିଯୋଗରେ ବିଧାନସଭାରେ ଆଲୋଚନା ଉଠି ହୁଲ୍ ସ୍ତୁଲ୍ ହେବାପରେ ସରକାର ଏହାର ସିଆଇଡି- ସିଡି ତଦନ୍ତ ନିର୍ଦ୍ଦେଶ ଦେଇଥିବା ପ୍ରକାଶ । 

କେବଳ ଏତିକି ନୁହେଁ, ଅଭିଯୁକ୍ତ ମନୋଜ ଡାକବିଭାଗ ସମେତ ରେଳବାଇ, ଏମସିଏଲ୍ ଓ ଅନ୍ୟାନ୍ୟ ବିଭାଗର ନିଯୁକ୍ତି ଦୁର୍ନୀତିରେ ଜଡିତ ଥିବା  ଓ ତା'ର କେତେକ ସ୍ଥାନୀୟ ହାର୍ଡକୋର୍ ଅପରାଧୀଙ୍କ ସହ ସମ୍ପର୍କ ରହିଥିବାର ଜଣାପଡିଛି । ଦୀର୍ଘବର୍ଷ ଧରି ଏସବୁ ଅନ୍ୟାୟୋପାର୍ଜିତ ଟଙ୍କାରେ ସେ କୋଟି କୋଟି ଟଙ୍କାର ଜମିବାଡି ଓ ସମ୍ପତ୍ତିର ମାଲିକ ହୋଇପାରିଥିବା କୁହାଯାଉଛି । ଉତ୍ତରପ୍ରଦେଶ, ଝାଡଖଣ୍ଡ ଓ ଅନ୍ୟାନ୍ୟ ରାଜ୍ୟର ବୋର୍ଡ ଓ ୟୁନିଭରସିଟିର ଶିକ୍ଷାଗତ ନକଲି ସାର୍ଟିଫିକେଟ୍ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାରେ ବିକି ଓ ନିଯୁକ୍ତି ନିମନ୍ତେ ୧୦ ଲକ୍ଷ ଟଙ୍କା ଦାବିକରି ସେ ପ୍ରଚୁର ଅର୍ଥ ଆଦାୟ କରିଛି । ବିଭିନ୍ନ ସ୍ଥାନରେ ତାର ବହୁ ଏଜେଣ୍ଟ ରହୁଛନ୍ତି । ଏବେ ବଲାଙ୍ଗୀର ଏସପି ନୀତିନ କୁଶଳକରଙ୍କ ନେତୃତ୍ଵରେ ପୁଲିସ୍ ର ତନାଘନା ଚଢଉ ପରେ ନକଲି ଚାକିରିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ଓ ଗିରଫ ଭୟରେ ସେମାନେ ଫେରାର୍ ହୋଇ ଯାଇଛନ୍ତି । 

ତେବେ ରାଜ୍ୟ କ୍ରାଇମବ୍ରାଞ୍ଚ ଅପେକ୍ଷା ଏହି ଆନ୍ତଃରାଜ୍ୟ ବ୍ୟାତ୍ପୃତ ଡାକବିଭାଗ, ରେଳବାଇ ପରି କେନ୍ଦ୍ର ସରକାରୀ ବିଭାଗର ଆପରାଧିକ ମାମଲାର ତଦନ୍ତ ନିମନ୍ତେ ସିବିଆଇ ହିଁ ଉପଯୁକ୍ତ ହୋଇପାରିଥା'ନ୍ତା ବୋଲି ଜନସାଧାରଣ ମତବ୍ଯକ୍ତ କରୁଛନ୍ତି ।  ରାଜ୍ୟର କ୍ରାଇମବ୍ରାଞ୍ଚ  ପରୀ ଅପହରଣ ଓ ହତ୍ୟା ଅଭିଯୋଗ, ପାଟଣାଗଡ ପାର୍ଶଲବୋମା ଡବଲ ହତ୍ୟାମାମଲା , ପାରଳାଖେମୁଣ୍ଡି ବନବିଭାଗ ଏସିଏଫ୍ ନିଆଁରେ ପୋଡି ମୃତ୍ୟୁଜନିତ ହତ୍ୟାଭିଯୋଗଠାରୁ ସଦ୍ୟତମ ମନ୍ତ୍ରୀ ନବଦାସ ଗୁଳିମରାଯାଇ ସ୍ପଷ୍ଟଦିବାଲୋକରେ ହତ୍ୟାକାଣ୍ଡ ପରି  ଗତ କେତୋଟି ବହୁଚର୍ଚ୍ଚିତ ଅପରାଧର ତଦନ୍ତରେ ନିନ୍ଦିତ ହୋଇଆସୁଛିି । ସିବିଆଇ ତଦନ୍ତ ବି ବିଗତବର୍ଷର ଟିଟିଲାଗଡ ବିକାଶ ଲାଠ ଅପହରଣ ଓ ହତ୍ୟାମାମଲା ଓ ରାଜ୍ୟର ଚିଟ୍ ଫଣ୍ଡ୍ ତଦନ୍ତରେ ବିଫଳ ହୋଇଛି । ତଥାପି ସଂକ୍ରାମକ ବ୍ୟାଧି ପରି ଏହି ଜାଲ୍ ସାର୍ଟିଫିକେଟ୍ ବା ଜାଲ୍ ନିଯୁକ୍ତି ଅଭିଯୋଗର ତଦନ୍ତ ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ଏକ ନିରପେକ୍ଷ ଉଚ୍ଚସ୍ତରୀୟ ପୁଙ୍ଖାନୁପୁଙ୍ଖ ତଦନ୍ତର ଆବଶ୍ୟକତା ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like